July 27, 2025
Home » କୁଖ୍ୟାତ ମାଓବାଦୀ ବିଜୟ ପୁନେମ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ

କୁଖ୍ୟାତ ମାଓବାଦୀ ବିଜୟ ପୁନେମ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ

0
WhatsApp Image 2025-05-27 at 5.40.47 PM

କୁଖ୍ୟାତ ମାଓବାଦୀ ବିଜୟ ପୁନେମ ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏନେଇ ରାୟଗଡ଼ା ଏସପି ସ୍ୱାଥି ଏସ କୁମାରଙ୍କ ଦ୍ଵାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ହୁସୁର ଥାନା ଅନ୍ତର୍ଗତ ବାଟିଗୁଡେମ ଗ୍ରାମର ଲେଟ ରାଏମାଲପୁନେମଙ୍କ ସନ୍ତାନ ଜଣେ ଏସିଏମ ରେଙ୍କର ଜଣେ ହାର୍ଡକୋର ମାଓବାଦୀ ବିଜୟ ପୁନେମ ଛଦ୍ମନାମ ଅଜୟ (ଯିଏ କି ୨୦୦୯ ମସିହାରେ ନକ୍ସଲ ସଂଗଠନରେ ଜଡ଼ିତ) ୨୭/୦୫/୨୦୨୫ ତାରିଖ ମଙ୍ଗଳବାର ଦିନ ତାଙ୍କ ବ୍ୟକ୍ତିଗତ ଅସ୍ତ୍ର ୦୯ ଏମଏମ ପିସ୍ତଲ, ଅଫୁଟା ୦୯ ଏମଏମ ଗୁଳି – ୦୮ଟି ,ଗୋଟିଏ ୱକିଟକି, ହାତଘଡି ସହ ରାୟଗଡ଼ା ଏସପି ସ୍ୱାଥି ଏସ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସମସ୍ତ ଜିନିଷକୁ ରାୟଗଡ଼ା ପୋଲିସ ଜବତ କରିଛି । ଓଡିଶା ସରକାର ଅଜୟଙ୍କ ଉପରେ ୦୪ ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା କରିଥିଲେ। ସେ ନକ୍ସଲ ଦଳ ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିବାର ମୁଖ୍ୟ କାରଣ ହେଉଛି ସିପିଆଇ (ମାଓବାଦୀ) କ୍ୟାଡରଙ୍କ ଭୁଲ ଚିନ୍ତାଧାରା, ନେତୃତ୍ୱର ଅଭଦ୍ର ଏବଂ ଅସାଧାରଣ ଆଚରଣ, ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ବାହିନୀ ଦ୍ୱାରା ନିରନ୍ତର ଅପରେସନ୍ , ପର୍ଯ୍ୟାପ୍ତ ଖାଦ୍ୟ, ଜଳ ଏବଂ ପୋଷାକର ଅଭାବ, ନିଜ ଗ୍ରାମରୁ ଦୂରତା ଯୋଗୁଁ, ଭାଷା ସମସ୍ୟା,ଅପାରଗ ଶକ୍ତି/ ଦୁର୍ବଳ ଥିବା ସତ୍ତ୍ବେ ନେତୃତ୍ୱଙ୍କ ଦ୍ଵାରା କ୍ରମାଗତ ଭାବରେ ପାହାଡ଼ ଅଞ୍ଚଳରେ ଚଳାଇବା ଇତ୍ୟାଦି। ଆତ୍ମସମର୍ପଣ ପଛର ମୁଖ୍ୟ କାରଣ ହେଉଛି ଓଡିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଦେଶରେ ସର୍ବୋତ୍ତମ। ଓଡିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନୁଯାୟୀ ସେମାନେ ଆର୍ଥିକ ସହାୟତା ପାଇବେ। ସେମାନେ ଘର ନିର୍ମାଣ, ଅଧ୍ୟୟନ ଏବଂ ନିଜ ପସନ୍ଦର ବାଣିଜ୍ୟ / ବୃତ୍ତିରେ ତାଲିମ ପାଇବାକୁ ମଧ୍ୟ ସହାୟତା ପାଇବେ। ଆଗାମୀ ଦିନରେ ଆତ୍ମସମର୍ପଣ କରିଥିବା ନକ୍ସଲ ଅଜୟଙ୍କ ସ୍ତ୍ରୀ ସହ ତାଙ୍କ ସାଥୀ ସହଯୋଗୀଙ୍କ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଜୟ ସିପିଆଇ (ମାଓବାଦୀ)ରେ ୨୦୦୯ ମସିହାରେ ଯୋଗ ଦେବା ପରେ ତାଙ୍କର ପ୍ରାରମ୍ଭିକ ତାଲିମ ସମାପ୍ତ ହେବା ପରେ ସେ ତାଙ୍କ ସୁରକ୍ଷା ଦଳରେ ମୋଡେମ ବାଲାକ୍ରିଷ୍ଣା ଛଦ୍ମନାମ ମନୋଜ, ସିସିଏମ୍ ସହିତ ଯୋଡି ହୋଇଥିଲେ। ୨୦୧୪ ମସିହାରେ ତାଙ୍କୁ ଏସିଏମ୍ ପଦବୀକୁ ଉନ୍ନୀତ କରାଯାଇଥିଲା। ଏସିଏମ ପଦବୀକୁ ପଦୋନ୍ନତି ପାଇବା ପରେ ସେ ମନୋଜର ବନ୍ଧୁକଧାରୀ ଭାବରେ କାର୍ଯ୍ୟ ଜାରି ରଖିଥିଲେ, ୨୦୨୩ ମସିହାରେ ତାଙ୍କୁ ବିଜିଏନ ଡିଭିଜନକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୩-୨୦୨୪ ମସିହାରେ ସେ ଏସିଏମ ଭାବେ ତାଙ୍କ କାର୍ଯ୍ୟକଳାପ ଜାରି ରଖିଥିଲେ, ଜାନୁଆରୀ -୨୦୨୪ ରୁ ବିଜିଏନ ଡିଭିଜନର ଘୁମସୂରା ଏସିରେ କାର୍ଯ୍ୟ ଆରମ୍ଭ କରିଥିଲେ। ତାପରେ ୨୦୦୯-୨୦୧୦ ପର୍ଯ୍ୟନ୍ତ ଛତିଶଗଡ,୨୦୧୧-୨୦୧୪ ପର୍ଯ୍ୟନ୍ତ ମାଲକାନଗିରି-କୋରାପୁଟ ଅଞ୍ଚଳ,୨୦୧୪-୨୦୨୪ ପର୍ଯ୍ୟନ୍ତ ନୁଆପଡା-କଲାହାଣ୍ଡି-ବୌଦ୍ଧ- ମାଲକାନଗିରି-କୋରାପୁଟ-ରାୟଗଡ-କାନ୍ଧମାଲ ଅଞ୍ଚଳରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ସକ୍ରିୟ ଭାବେ ନକ୍ସଲ କାର୍ଯ୍ୟକଳାପରେ ଜଡ଼ିତ ଥିବା ଏସପି କହିଛନ୍ତି। ଓଡ଼ିଶାର କନ୍ଧମାଳ ଜିଲ୍ଲାର ଜଣେ ସାଧାରଣ ନାଗରିକଙ୍କୁ ୨୬/୦୫/୨୪ ତାରିଖ ଦିନ ହତ୍ୟା କରିବାରେ ଜଡ଼ିତ ଥିଲା ।
ଆଜି ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲ ଅଜୟକୁ ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ଜିଲ୍ଲାପାଳଙ୍କ ସହ ଆଲୋଚନ ପରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ୱାଥୀ ଏସ୍ କୁମାର ଗଣମାଧ୍ୟମକୁ ଜଣାଇଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *