April 22, 2025
Home » କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ l

କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ l

0

ସୁବର୍ଣ୍ଣପୁର:ସମାଜସେବୀ ଡ. ଭି. ରୁକ୍ମୁଣୀ ରାଓ ଓଡିଶା, ବିହାର,ଝାରଖଣ୍ଡ ପ୍ରଦେଶର କୁଷ୍ଠମୁକ୍ତ ବ୍ୟକ୍ତିମାନଙ୍କ ଝିଅମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରତ୍ୟେକଙ୍କୁ ପ୍ରାୟ ବାର ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ସମାଜସେବା କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି I ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଅନ୍ତର୍ଗତ ସାତ ଜଣ ଝିଅଙ୍କୁ ଏହି ଉପଲକ୍ଷେ ସିଧା ସଳଖ ବ୍ୟାଙ୍କ ଚେକ ପ୍ରଦାନ କରାଯାଇଥଲା I

ଏହି ଅବସରରେ ଲେପ୍ରା ସୋସାଇଟି ଜାତୀୟ ମୁଖ୍ୟ ହାଇଦ୍ରାବାଦର ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଓଡିଶା ଆମ୍ବାସାଡର ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ଝିଅମାନଙ୍କୁ ଚେକ୍ ବଣ୍ଟନ କରି ଉଦବୋଧନ ଦେଇଥିଲେ I ଯେଉଁ ଝିଅମାନେ ଆର୍ଥିକ ସହାୟତା ପାଇଲେ ସେମାନେ ହେଲେ ଲିସା ସା, କଲ୍ୟାଣୀ ସାହୁ, ସୋନୁ ହରିପାଲ, କାଜଲ ସେଠୀ, ତିଳତ୍ତମା ବଗର୍ତ୍ତୀ, ରୁପାଲି ତାଣ୍ଡି ଓ କ୍ରୀଷ୍ଣା ବିଶ୍ବାଳ I ଏହି ଉପଲକ୍ଷେ ପ୍ରାଧ୍ୟାପିକା ମୀନା ମହାରଣାଙ୍କ ଦ୍ବାରା ପ୍ରଦତ୍ତ ଏକ ଲାଇବ୍ରେରୀକୁ ଶ୍ରୀଯୁକ୍ତ ନାଏକ ଉଦଘାଟନ କରିଥିଲେ I ଏହି ସଭାରେ କୋରାପୁଟ, ବରଗଡ, ସୁବର୍ଣ୍ଣପୁର, ନୂଆପଡା, ଜୁନାଗଡ, ଛତିଶଗଡ, ନବରଙ୍ଗପୁର ର ଲେପ୍ରା ସୋସାଇଟି କେନ୍ଦ୍ର ଦାୟୀତ୍ବରେ ଅବସ୍ଥାପିତ ଶିଶିର କୁମାର ସାହୁ, ରୁପେଶ୍ବର ଭୋଇ, ଏ.ଅନୀଲ କୁମାର, ମୃତ୍ୟୁଞ୍ଜୟ ଗିରି, ଶିବରାମ ଓତା, ତୋଫାନ ମହନ୍ତ, କୁସୁମ ସାହୁ ପ୍ରମୁଖ ସେମାନଙ୍କ ବିବରଣୀ ଉପସ୍ଥାପିତ କରିଥିଲେ I ପ୍ରାରମ୍ଭରେ ପ୍ରୋଜେକ୍ଟ ଅଫିସର ନେତ୍ରାନନ୍ଦ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ନୃସିଂହ ଚରଣ ମିଶ୍ର ଧନ୍ୟବାଦ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *