February 25, 2026
Home » କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା।

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା।

0
WhatsApp Image 2025-10-09 at 4.18.01 PM

ଆଜି ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ତରାପୁର ଗ୍ରାମ ପଞ୍ଚାୟତ ସଭାଗୃହରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମତି (କୁଷ୍ଠ ନିରାକରଣ ବିଭାଗ) ଓ ଲେପ୍ରା ସୋସାଇଟି (ସ୍ୱାଭିମାନ ପ୍ରକଳ୍ପ)ଙ୍କ ମିଳିତ ଆନୁକୁଲ୍ୟରେ କୁଷ୍ଠ ରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଏବଂ ନିଦାନ ଓ ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାକୁ ପ୍ରେରଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

 

ଉକ୍ତ କର୍ମଶାଳାରେ ଧର୍ମଗଡ଼ ବ୍ଳକ୍ ନୋଡାଲ୍ ଲେପ୍ରୋସି ୱାର୍କର୍ ସୁଶାନ୍ତ କୁମାର ବେହେରା ଓ ତରାପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ କର୍ମୀ ସୁଦେଶ ଚନ୍ଦ୍ର ଦୁରିଆ ଉପସ୍ଥିତ ରହି ୩୧ଜଣ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ (PMP / RMP)ଙ୍କୁ କୁଷ୍ଠ ରୋଗର କାରଣ, ଲକ୍ଷଣ, ପ୍ରଭାବ, ଚିକିତ୍ସା ଓ ନିରାକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବୁଝାଇବା ସହ କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବାକୁ ଆଗ୍ରହ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେପ୍ରା ସୋସାଇଟିର କ୍ଷେତ୍ର ସଂଯୋଜକ ଶିଶିର କୁମାର ସାବତ ଆମ ସମସ୍ତ ଙ୍କ ମିଳିତ ଉଦ୍ୟମରେ ସମାଜରୁ କୁଷ୍ଠ ରୋଗ ଦୂର କରିପାରିବା ବୋଲି ପ୍ରକାଶ କରିଥଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ (

Leave a Reply

Your email address will not be published. Required fields are marked *