March 22, 2026
Home » କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ।

କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ।

0
WhatsApp Image 2026-03-21 at 12.08.33 PM

 

କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ ଘଟିଛି ।
ମୃତ ଯୁବକ ହେଲେ ପାତ୍ରବସା ଗ୍ରାମର ୩୫ ବର୍ଷୀୟ ଝସକେତନ ନାଏକ। ଖବର ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ମୃତ ଦେହ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ କଲମପୁର ପୁଲିସ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *