November 13, 2025
Home » ସାମ୍ବାଦିକ ଙ୍କ ପରଲୋକ

ସାମ୍ବାଦିକ ଙ୍କ ପରଲୋକ

0
WhatsApp Image 2025-11-03 at 3.54.53 PM

ଚିକିତ୍ସାଧୀନ ଅବସ୍ଥାରେ ପ୍ରବାହ ର କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଡ଼ ଜନାର୍ଦନ ଦାଶ ଙ୍କ ପରଲୋକ ହୋଇଯାଇଛି, ଗତ ଦୁଇ ତିନି ଦିନ ଧରି ଗ୍ୟାସ ଜନିତ ରୋଗରେ ପୀଡିତ ଥିଲେ, କେନ୍ଦୁଝର ଗ୍ରାମ୍ୟ ସ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି, ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବନଲତା, ପୁତ୍ର ଜନବନ, ଜବ୍ରୁବନ, କନ୍ୟା ଜିନବୀନ, ପୁତ୍ରବଧୂ, ଜାମାତା ନାତି ନାତୁଣୀ ସମ୍ପର୍କୀୟ ଉପସ୍ଥିତ ଥିଲେ, କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ଦଶବର୍ଷ ରୁ ଉର୍ଧ୍ଵ କାର୍ଯ୍ୟ କରି ଜିଲ୍ଲାରେ କ୍ରୀଡାର ବିକାଶ ରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିଲେ, ଜଣେ ଅବସର ପ୍ରାପ୍ତ ଭୁତତ୍ତ୍ୱବିତ ହେବା ସହିତ ରାଜ୍ୟ କ୍ରିକେଟ ଆସୋସିଏସନ, ତୀରନ୍ଦାଜ ସଙ୍ଘ, ଫୁଟବଲ ସଙ୍ଘ, ଖୋଖୋ ସଙ୍ଘ, କବାଡି ସଙ୍ଘ, ଥ୍ରୋ ବଲ ସଙ୍ଘ, ଅଥଲେଟିକ ସଙ୍ଘ ର ରାଜ୍ୟ ଉପସଭାପତି ଭାବେ ଦୀର୍ଘ ଦିନ ବ୍ୟାପୀ କାର୍ଯ୍ୟରତ ଥାଇ ବହୁ ପ୍ରତିଭା ସୃଷ୍ଟି ର ମାର୍ଗ ପାଲଟି ଯାଇଥିଲେ, ଶେଷ ପର୍ଯ୍ୟନ୍ତ ସକ୍ରିୟତାରେ କ୍ରୀଡା ର ବିକାଶ ପାଇଁ କାର୍ଯ୍ୟ କରୁଥିଲେ, ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି, ଏକ କ୍ରୀଡା ଯୁଗର ଅବସାନ ଘଟିଲା ବୋଲି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *