December 26, 2024
Home » କୋରାପୁଟ ପୌରପରିଷଦ ସ୍ତରୀୟ ଆଦିବାସୀ ମହୋତ୍ସବ “ପରବ-୨୦୨୪” ଉଦଘାଟିତ

କୋରାପୁଟ ପୌରପରିଷଦ ସ୍ତରୀୟ ଆଦିବାସୀ ମହୋତ୍ସବ “ପରବ-୨୦୨୪” ଉଦଘାଟିତ

0

କୋରାପୁଟ ପୌରପରିଷଦ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୪ ଚଳିତ ମାସ ତା ୧୮ ରୁ ୨୪ ନଭେମ୍ବର ୨୦୨୪ ରିଖ ପର୍ଯ୍ୟନ୍ତ ଟାଉନ୍ ହଲ୍, କୋରାପୁଟ ଠାରେ ମହାସମାରୋହରେ ପାଳିତ ହେବାକୁ ଯାଉଛି । କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଲଲାଟ ରଂଜନ ସେଠୀ , ଉପାଧ୍ଯକ୍ଷା ଶ୍ରୀମତୀ ସବିତା ପଣ୍ଡା ନେତୃତ୍ୱରେ ଆୟୋଜିତ ପୌର ପରିଷଦ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ପରବ-୨୦୨୪ ଅବସରରେ ମୁଖ୍ୟ ଅତିଥ ଭାବେ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ମାନ୍ୟବର ସାଂସଦ କୋରାପୁଟ,ଶ୍ରୀଯୁକ୍ତ ରଘୁରାମ ମାଛ ମାନ୍ୟବର ବିଧାୟକ କୋରାପୁଟ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ୱି. କୀର୍ତୀ ୱାସନ୍, (ଭା.ପ୍ର.ସେ.) ଥିଲେ । ସେହିପରି ସମ୍ମାନିତ ଅତିଥ୍ ଭାବେ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଓ.ପ୍ର.ସେ. (ବ) ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା, କୋରାପୁଟ,ଶ୍ରୀମତୀ ଆଲୋମଣୀ ସେଠୀ, ଓ.ପ୍ର.ସେ. (ବ)ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ,ଶ୍ରୀ ଲଗ୍ନଜୀତ୍ ରାଉତ, ଓ.ପ୍ର.ସେ. (ବ) ଅତିରିକ୍ତ ଜିଲ୍ଲାପାଳ କୋରାପୁଟ, ଶ୍ରୀଯୁକ୍ତ ବେଣୁଧର ଶବର, ଓ.ପ୍ର.ସେ.(ବ) ଉପ ଜିଲ୍ଲାପାଳ କୋରାପୁଟ ଅଂଶଗ୍ରହଣ କରି ସାସ୍କୃତିକ ମହୋତ୍ସବ ପରବ-୨୦୨୪ ନେଇ ହେଉଛି କୋରାପୁଟର ଆଦିବାସୀ ସଂସ୍କୃତି ଓ ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ପରବ – ୨୦୨୪ ମୁଖ୍ୟ ଶ୍ରତ ପାଲଟିଛି ବୋଲି ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ କୋରାପୁଟର ମାଁ ମୁତ୍ୟାଲ୍ଲାମା ମନ୍ଦିରରୁ ୧୮.୧୧.୨୦୨୪ ତାରିଖ ସକାଳ ୮ ଘଟିକା ସମୟରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରିବ । ସେହିପରି କ୍ରୀଡା, କବାଡି ଓ ଭଲିବଲ୍, ପାରମ୍ପରିକ ଖେଳକୁଦ ଭଳି ପ୍ରତିଯୋଗିତା ୧୯.୧୧.୨୦୨୪ ଓ ୨୦.୧୧.୨୦୨୪ ତାରିଖ ସକାଳ ୮ ଘଟିକା ସମୟରୁ ସ୍ଥାନୀୟ କୋରାପୁଟ ଷ୍ଟାଡିୟମ ଏବଂ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ପୋଲିସ୍ ପଡିଆ ଠାରେ ହେବ। ଚଳିତ ମାସ ୨୧.୧୧.୨୦୨୪ ଓ ୨୨.୧୧.୨୦୨୪ ତାରିଖ ସକାଳ ୦୮ ଘଣ୍ଟିକା ସମୟରୁ କୋରାପୁଟ ଟାଉନ୍ ହଲ ଓ କୋରାପୁଟ ଅଡିଟୋରିୟମ ଠାରେ ସାଂସ୍କୃତିକ ପ୍ରତିଯୋଗିତା ହେବ।
ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ କୋରାପୁଟ ଟାଉନ୍ ହଲ ଠାରେ ୨୪.୧୧.୨୦୨୪ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କାର ବିରତଣ ଓ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ ।
ଚଳିତ କୋରାପୁଟ ପୌରପରିଷଦ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ-୨୦୨୪ରେ ସମସ୍ତ ପାରିଷଦ କର୍ମକର୍ତ୍ତା ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମ ସଫଲ୍ୟ ମଣ୍ଡିତ କରିଥିଲେ ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *