କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସ୍ଥିତ “ସରକାରୀ କଲେଜ, କୋରାପୁଟ” ର ନାମକରଣକୁ “ସରକାରୀ ଡିଏଭି କଲେଜ, କୋରାପୁଟ” ରୂପେ ପରିବର୍ତ୍ତିତ
କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସ୍ଥିତ “ସରକାରୀ କଲେଜ, କୋରାପୁଟ” ର ନାମକରଣକୁ “ସରକାରୀ ଡିଏଭି କଲେଜ, କୋରାପୁଟ” ରେ ପରିବର୍ତ୍ତନ କରାଯାଇଛି । ଏନେଇ ଉଚ୍ଚଶିକ୍ଷାର ଓଡ଼ିଶା ବିଭାଗର ଲୋକସଭା ଭବନ, ସଚିବାଳୟ ମାର୍ଗ, ଭୁବନେଶ୍ୱର -751001 ଦ୍ଵାରା 16.04.2025 ତାରିଖରେ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା HE-GCNE-MISC-0003-2025 19931ଅନୁଯାୟୀ ସରକାରଙ୍କ ଅତିରିକ୍ତ ସଚିବଙ୍କ ଦ୍ଵାରା ଏକ ଜାରିପତ୍ର ହୋଇଛି ।
ଏ ନେଇ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟଠାରେ ଡିଏଭି କଲେଜ ଆଲୁମିନା ସଂଗଠନ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ଜରିଆରେ ଅତି ଖୁସୀ ର ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଆଲୁମିନାର ସଦସ୍ୟ ଅଯୋଧ୍ୟାନାଥ ସାମଲ କହିଛନ୍ତି ଯେ ଆଲୁମିନା ସଂଗଠନ ପକ୍ଷରୁ ଆଗମୀ ଦିନରେ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପାଇଁ ଚେଷ୍ଟା ଜାରି ରହିବ କହିବା ସହ ଅନୁଷ୍ଠିତ ହେବାକୁ ଥିବା ଅଗଷ୍ଟ ୧୦ ତାରିଖରେ କଲେଜର ପ୍ରତିଷ୍ଠା ଦିବସରେ ଏ ନେଇ ଭବ୍ୟ ଭାବରେ ଆୟୋଜିତ କରାଯିବ ବୋଲି କହିଥିଲେ ।
ସରକାରଙ୍କ ଦ୍ଵାରା ଜାରି ଉକ୍ତ ପତ୍ରରେ ଉପଯୁକ୍ତ ବିଚାର ପରେ ଏବଂ 07.04.1982 ତାରିଖର ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏବଂ ଡିଏଭି କଲେଜ ପରିଚାଳନା କମିଟି, 28.04.1991 ତାରିଖ, ନୂଆଦିଲ୍ଲୀ, ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର “ସରକାରୀ କଲେଜ, କୋରାପୁଟ” ର ନାମକରଣକୁ “ସରକାରୀ ଡିଏଭି କଲେଜ, କୋରାପୁଟ” ରେ ପରିବର୍ତ୍ତନ କରି ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ବର୍ତ୍ତମାନଠାରୁ, ସମସ୍ତ ସରକାରୀ ଯୋଗାଯୋଗ, ଦଲିଲ ଏବଂ ରେଫରେନ୍ସରେ ଏହି ଅନୁଷ୍ଠାନକୁ “ସରକାରୀ ଡିଏଭି କଲେଜ, କୋରାପୁଟ” ଅନୁଯାୟୀ କୁହାଯିବ ବୋଲି ଉଲ୍ଲେଖ ରହିଛି ।
ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ବିଧାୟକ ରଘୁରାମ ମାଛ,କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ,ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଡିଏଭି କଲେଜ ଆଲୁମିନାର ସମସ୍ତ ସଦସ୍ୟବୃନ୍ଦ ଅଂଶଗ୍ରହଣ କରିଥିଲେ।
ଉକ୍ତ ସରକାରୀ ପତ୍ର ସୂଚନା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏହାର ନକଲ କପି ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗର ପର୍ଶନଲ ସେକ୍ରେଟରୀଙ୍କୁ,ଉଚ୍ଚ ଶିକ୍ଷା ବିଭାଗର ବ୍ୟକ୍ତିଗତ ସଚିବ,ଉଚ୍ଚ ଶିକ୍ଷା ବିଭାଗର ଆୟୁକ୍ତ ସହ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ, ଆକାଉଣ୍ଟାଣ୍ଟ ଜେନେରାଲ ଓଡ଼ିଶା, ଭୁବନେଶ୍ୱର ଅର୍ଥ ବିଭାଗ / GA & PG(SE) ବିଭାଗ, ଓଡ଼ିଶାକୁ ପଠାଯାଇଛି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
