December 28, 2025
Home » କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଉତ୍ପାଦ ବିପକ୍ଷରେ ବିରୋଧ ପ୍ରଦର୍ଶନ

କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଉତ୍ପାଦ ବିପକ୍ଷରେ ବିରୋଧ ପ୍ରଦର୍ଶନ

0
WhatsApp Image 2025-05-18 at 7.31.34 AM

ଭାରତରେ ତୁର୍କୀର ସମସ୍ତ ସାମଗ୍ରୀ ବର୍ଜନ

କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ତୁର୍କୀ ଉତ୍ପାଦ ବିପକ୍ଷରେ ୧୭ ମଇ ୨୦୨୫ ତାରିଖ ଶନିବାର ଅପରାହ୍ନରେ କୋରାପୁଟ ଜଗନ୍ନାଥ ମନ୍ଦିର ଛକଠାରେ ଏକ ବିରୋଧ ପ୍ରଦର୍ଶନ କରାଯାଇଛି।
ଆତଙ୍କବାଦୀଙ୍କ ଆକ୍ରମଣ ବିରୋଧରେ ନିକଟରେ ଭାରତ ଦେଶ ସହ ପାକିସ୍ତାନର ସମ୍ପ୍ରତି ତିକ୍ତତାରେ ଭାରତ “ଅପରେସନ ସିନ୍ଦୂର” ଜରିଆରେ ପାକିସ୍ତାନକୁ ଉଚିତ୍ ଜବାବ ଦେଇଥିଲା। ଏହି ସମୟରେ ଉଭୟ ତୁର୍କୀ ଏବଂ ଆଜେରବାଇଜାନ ପାକିସ୍ତାନକୁ ସମର୍ଥନ ଜଣାଇ ସାମରିକ ସହାୟତା କରିବା ଅଭିଯୋଗ ଆସିବା ପରେ ଏହାର ପ୍ରତିବାଦରେ ଦେଶବ୍ୟାପୀ ତୁର୍କୀର ଉତ୍ପାଦିତ ସାମଗ୍ରୀକୁ ବର୍ଜନ କରିବାକୁ,ପର୍ଯ୍ୟଟନ ପାଇଁ ତୁର୍କୀକୁ ନ ଯିବାକୁ ପାଇଁ ଭାରତୀୟ ଜନସାଧାରଣଙ୍କୁ ଅନୁରୋଧ କରାଯିବା ସହ ତୁର୍କୀ ଏବଂ ଆଜେରବାଇଜାନ ବିରୁଦ୍ଧରେ ତୁରନ୍ତ ଆର୍ଥିକ ପ୍ରତିବନ୍ଧକ, ବିମାନ ଚଳାଚଳ ବନ୍ଦ, ପର୍ଯ୍ୟଟନ ଏବଂ ଆମଦାନୀ ଉପରେ ରୋକ ଲଗାଇବାକୁ ଦାବି କରାଯାଇଛି । ଶୁକ୍ରବାର ଦିନ ଅଖିଳ ଭାରତୀୟ ବ୍ୟାପରୀ ପରିଷଦ ତୁର୍କୀ ଏବଂ ଆଜେରବାଇଜାନ ସହ ସମସ୍ତ ବାଣିଜ୍ୟିକ ସମ୍ବନ୍ଧକୁ ପୂର୍ଣ୍ଣ ରୂପେ ବହିଷ୍କାର କରିବାକୁ ଘୋଷଣା କରିଛି ।

କୋରାପୁଟରେ ବିକ୍ଷୋଭକାରୀମାନେ ତୁର୍କୀ ବିରୋଧରେ ସ୍ଲୋଗାନ ଦେବା ସହ କାର୍ଯ୍ୟକର୍ତ୍ତାମାନେ ଭାରତର ବିରୋଧୀଙ୍କୁ ସମର୍ଥନ କରୁଥିବା ତୁର୍କୀର ଉତ୍ପଦକୁ କିଣିବା ବର୍ଜନ କରି ବିଦେଶୀ ଉପରେ ନିର୍ଭର କରିବା ପରିବର୍ତ୍ତେ ଆମ ଭାରତ ଦେଶର ଉତ୍ପାଦିତ ସାମଗ୍ରୀ ସମର୍ଥନ କରି ତାକୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହେବାକୁ ଅନୁରୋଧ କରିଥିଲେ। ତୁର୍କୀର ଉତ୍ପାଦିତ ସାମଗ୍ରୀକୁ ବର୍ଜନ କରିବାକୁ ଓ ପର୍ଯ୍ୟଟନ ପାଇଁ ସେଠାକୁ ନ ଯିବା ପାଇଁ ନିବେଦନ କରିଥିଲେ।
ଏହି ଅବସରରେ ସ୍ବଦେଶୀ ଜାଗରଣ ମଞ୍ଚର ଓଡିଶା ପ୍ରଦେଶ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ କହିଛନ୍ତି ଯେ ଭାରତର ବିରୋଧୀ ପାକିସ୍ତାନକୁ ତୁର୍କୀ ସମର୍ଥନ କରି ସାମରିକ ସହାୟତା ଜଗାଇଥିବା ନେଇ ତାକୁ ବିରୋଧ କରି ତୁର୍କୀର ଉତ୍ପଦକୁ କିଣିବା ସମୂର୍ଣ୍ଣ ରୂପେ ବର୍ଜନ କରି ତାସହ ସମସ୍ତ ଚୁକ୍ତିନାମା ବାତିଲ କରାଯାଉ ଏବା ପର୍ଯ୍ୟଟନ ପାଇଁ ସେଠାକୁ ନଯିବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ । ଭାରତୀୟ ନାଗରିକ,ବ୍ୟବସାୟୀଙ୍କୁ ଅନୁରୋଧ ତୁର୍କୀ ଜିନିଷ କିଣାବିକା କରନ୍ତୁ ନାହିଁ। ଭାରତ ବିରୋଧୀ କୌଣସି ଶକ୍ତିକୁ ପ୍ରଶ୍ରୟ ଦୀୟନ୍ତୁ ନାହିଁ। ଚୀନ ଓ ତୁର୍କୀକୁ ବଇକଟ କରନ୍ତୁ । ମଞ୍ଚ ପ୍ରଥମରୁ ହିଁ ଚୀନର ଜିନିଷକୁ ବିରୋଧ କରିଆସୁଛି । ଆମାଜନ, ଫ୍ଲିିପକାର୍ଟ, ୱାଲମାର୍ଟ, ଇକମର୍ସ ଭଳି ବ୍ୟବସାୟୀଙ୍କ ଯୋଗୁଁ ଭାରତ ଆର୍ଥିକ କ୍ଷେତ୍ରରେ ବହୁତ କ୍ଷତି ସହୁଚି । ଭାରତରେ କ୍ଷୁଦ୍ର ବ୍ୟବସାୟୀ ବହୁତ୍ କ୍ଷତି ସହୁଛନ୍ତି। ଏଣୁ,ବିଦେଶୀ ଜିନିଷକୁ ପ୍ରତ୍ୟାହାର କରି ସ୍ୱଦେଶୀ କିଣି ସ୍ୱଦେଶୀ ବ୍ୟବସାୟୀଙ୍କୁ ସହଯୋଗ କରନ୍ତୁ ବୋଲି କହିଥିଲେ।
ଏହି ପ୍ରଦର୍ଶନ ଭାରତୀୟ ସୈନିକମାନଙ୍କ ସହ ଏକତା ତଥା ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ କରାଯାଇଥିଲା।
ସ୍ବଦେଶୀ ଜାଗରଣ ମଞ୍ଚର ଏହି ବିକ୍ଷଭ ପ୍ରଦର୍ଶନରେ ମଞ୍ଚର ଓଡିଶା ପ୍ରଦେଶ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ,କୋରାପୁଟ ନଗରପାଳ ଲଲାଟ ରଞ୍ଜନ ସେଠୀ ସମେତ ସମସ୍ତ କର୍ମକର୍ତ୍ତା ,ସଭ୍ୟ ଯୋଗଦାନ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *