December 24, 2025
Home » କ୍ଳବ୍ ଉପ ସଭାପତି ଶ୍ରୀ ଅଭୟ ପାଢ଼ୀଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

କ୍ଳବ୍ ଉପ ସଭାପତି ଶ୍ରୀ ଅଭୟ ପାଢ଼ୀଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0
vlcsnap-2025-07-14-16h53m00s45

ପ୍ରେସ କ୍ଲବ ବ୍ରହ୍ମପୁର ପରିସରରେ କ୍ଳବ୍ ଉପ ସଭାପତି ଶ୍ରୀ ଅଭୟ ପାଢ଼ୀଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରବିବାର ଅପରାହ୍ନରେ ଆୟୋଜିତ ହୋଇଥିଲା। ଏଥିରେ କ୍ଳବ୍ ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହ ସମ୍ପାଦକ ଡି ଗୋପାଳ କୃଷ୍ଣ ରେଡ୍ଡୀ ଓ କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରକାଶ ଥାଉ କି, ଶ୍ରୀ ବେହେରା ନିଜ କାର୍ଯ୍ୟକାଳ ସମୟ ଭିତରେ ଗଞ୍ଜାମ ଜିଲ୍ଲାର ବହୁ ପ୍ରେସ କ୍ଳବ୍ ଓ ସାମ୍ବାଦିକ ସଂଘ ତଥା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସ୍ବାର୍ଥ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ବେଳେ, ପ୍ରେସ କ୍ଳବ୍ ବ୍ରହ୍ମପୁରକୁ ମଧ୍ୟ ବହୁ ସମୟରେ ସହଯୋଗ କରିଥିଲେ । ସେନେଇ ଆଜି ପ୍ରେସ କ୍ଳବ୍ ବ୍ରହ୍ମପୁର ତରଫରୁ ବହୁ ସଦସ୍ୟ ତଥା ସହରର ବହୁ ସାମ୍ବାଦିକ ମାନଙ୍କ ଦ୍ଵାରା ତାଙ୍କୁ ଉପଢୌକନ ଓ ସ୍ମୃତି ସ୍ମାରକୀ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ କମିଟିର ସଦସ୍ୟ ଅଭିଜିତ କର, ମୃତ୍ୟୁଞ୍ଜୟ ସାହୁ, ଲଲାଟେନ୍ଦୁ ଚୌଧୁରୀଙ୍କ ସମେତ କ୍ଳବ୍ ସଦସ୍ୟ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ଶିବରାମ ଚୌଧୁରୀ, ବିକେ ବିଶାରଦ, ରାଜେଶ ସାହୁ, ଖିରସିନ୍ଧୁ ମହାନ୍ତି, ନିର୍ମଳ ସାହୁ, ବିଘ୍ନରାଜ ମହାପାତ୍ର, ସୁନିଲ ସାହୁ, ଦିନେଶ ପଟ୍ଟନାୟକ ଲିକୁ ଡାକୁଆ,ଏବଂ କାର୍ଯ୍ୟରତ ସାମ୍ବାଦିକ ନରସିଂହ ଡାକୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଯୁବ ସାମ୍ବାଦିକ ପିଣ୍ଟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *