କ୍ଷୀର ଅପମିଶ୍ରଣ କରୁଥିବା ଅବସ୍ଥାରେ ମାଡିବସିଲା ପୋଲିସ
ଆଠଗଡ: ୫୫ ନମ୍ବର ଜାତୀୟ ରାଜପଥ କଡରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଷପଙ୍ଗି ନିକଟରେ ଏକ ହୋଟେଲ ପଛ କଦେ ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ। ୧୦ ତାରିଖ ବିଳମ୍ବିତ ରାତ୍ରରେ କ୍ଷୀର ଅପ ମିଶ୍ରିତ ହେଉଥିବା ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍। ଘଟଣା ସ୍ଥଳରୁ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ | ଏହି ଘଟଣାରେ କ୍ଷୀର ଟ୍ୟାଙ୍କର, ଏକ ଟାଟା ଏସି ଗାଡି ସମେତ କ୍ଷୀର ଅପମିଶ୍ରଣ ରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ | ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରିତ ଚାଲିଥିବା ନେଇ ସତର୍କ ନଜର ରଖିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ଡିଟରଜେଣ୍ଟ ପାଉଡର ଓ ଏକ କେମିକାଲ ଅପ ମିଶ୍ରିତ କରି ଦିଆ ଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକ ର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି | ପୋଲିସ୍ ପକ୍ଷରୁଅଧିକା ତଦନ୍ତ ଜାରି ଥିବା ବେଳେ ଗଣମାଧ୍ୟମ କୁ କୋୖଣସି ପ୍ରତିକ୍ରିୟା ଦିଆଯାଇନାହିଁ | ପୋଲିସ ର ତଦନ୍ତ ପରେ ଖୋଲିବ କ୍ଷୀର ଅପମିଶ୍ରଣର ରହସ୍ୟ।
