March 2, 2026
Home » ଗଞ୍ଜାମ ଜିଲ୍ଲାପ୍ରଶାସନର ସହଯୋଗରେ ଦମ୍ପତ୍ତି ଙ୍କ ଆରୋଗ୍ୟତା ।

ଗଞ୍ଜାମ ଜିଲ୍ଲାପ୍ରଶାସନର ସହଯୋଗରେ ଦମ୍ପତ୍ତି ଙ୍କ ଆରୋଗ୍ୟତା ।

0
WhatsApp Image 2026-03-02 at 2.08.06 PM

ଛତ୍ରପୁର: ଗଞ୍ଜାମ ଜିଲ୍ଲାପ୍ରଶାସନର ସହଯୋଗରେ ଦମ୍ପତ୍ତି ଆରୋଗ୍ୟ ଲାଭ କରି ସୁସ୍ଥତା ଲାଭ କରି ବର୍ତ୍ତମାନ ତାଙ୍କରି ଜୀବନ ଚଳଚଞ୍ଚଳତା ଭିତ୍ତିରେ ଅତିବାହିତ କରି ଆସୁଛନ୍ତି । ଏହା ଯେ’ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଓ୍ବାସନଙ୍କ ତତ୍ତ୍ଵାବଧାନ ସାଂଗକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ପ୍ରଶାସନ) ପ୍ରମୋଦ କୁମାର ପୃଷ୍ଟିଙ୍କ ବିହିତ ପ୍ରତିକାର ବ୍ୟବସ୍ଥା ଦିଗରେ ବିଶେଷ ଧ୍ୟାନଦେଇ ସେମାନଙ୍କର ଆଶୁ ଚିକିତ୍ସା ସେବା ଯୋଗାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ସୂଚନା ଯୋଗ୍ୟ ଯେ’ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ର ପୁରୁଣାପାଟ୍ଟଣା ଗ୍ରାମର ରାଜୁ ନାୟକ (୫୬) ଏବଂ ସ୍ତ୍ରୀ ତମାଳ ନାୟକ (୪୫) ଙ୍କ ର ଲିଭର ସମସ୍ୟା ସହ କିଡନୀ ରୋଗରେ ପୀଡ଼ିତ ଥିବା ରୋଗୀ ଦମ୍ପତ୍ତି ଦୁହେଁ ହରିଜନ ସଂପ୍ରଦାୟ ଅଟନ୍ତି । ଦାରିଦ୍ର୍ୟ ତାଡନାରେ ଦୁଃଖ କଷ୍ଟ ପାଉଥିବା ରୋଗୀ ଦମ୍ପତ୍ତି ଙ୍କ ଦୟନୀୟ ସ୍ଥିତିକୁ ଅବଗତ ହୋଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଅବସ୍ଥାପିତ କରାଇବାର ପ୍ରାଧାନ୍ୟତା ଦେଇଥିଲେ ଏବଂ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ନ ପଠାଇ ମେଡ଼ିକାଲ ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନ ଛତ୍ରପୁର ହସ୍ପିଟାଲ୍ ରେ ହିଁ ରହି ଚିକିତ୍ସା ବ୍ୟବସ୍ଥା କରାଯିବା ର ଗୁରୁ ଦାୟିତ୍ଵ ବହନ କରିଥିଲେ । ୟାରି ମଧ୍ୟରେ ରୋଗୀ ଦମ୍ପତ୍ତି ଙ୍କ ଆଶୁ ଚିକିତ୍ସାରେ ଉତ୍ତମ ଭାବେ ଆରୋଗ୍ୟ ଲାଭ କରିଥିଲେ । ଏନେଇ ଗଣମାଧ୍ୟମ ଏବଂ ଛତ୍ରପୁର ଅଞ୍ଚଳରେ ସବୁରି ମହଲରେ ମେଡ଼ିକାଲ ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନ ଙ୍କୁ ସାଧୁବାଦ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋଗୀ ଦମ୍ପତ୍ତି ଙ୍କୁ ଆର୍ଥିକ ସାହାଯ୍ୟ ସହାୟତା ସାଂଗକୁ ସେମାନଙ୍କ ଚିକିତ୍ସା ସେବା ବ୍ୟବସ୍ଥା କରାଯିବାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।
ପ୍ରକାଶ ଥାଉକି, ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତ ର ପୁରୁଣାପାଟ୍ଟଣା ଗ୍ରାମର ରାଜୁ ନାୟକ (୫୬) ଏବଂ ସ୍ତ୍ରୀ ତମାଳ ନାୟକ (୪୫) ଙ୍କ ର ଲିଭର ସମସ୍ୟା ସହ କିଡନୀ ରୋଗରେ ପୀଡ଼ିତ ଥିବା ନେଇ ତାଙ୍କର କନିଷ୍ଠ ପୁତ୍ର ରାମ ନାୟକ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦରଖାସ୍ତ ଆବେଦନ କରିଥିଲେ । ଯାହାକି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନଙ୍କ ତତ୍ତ୍ଵାବଧାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ରେଡକ୍ରସ୍ ଫଣ୍ଡ ରୁ ଏବଂ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଯଥାକ୍ରମେ ୧୦ ହଜାର ଟଙ୍କା ଏବଂ ୨୦ ହଜାର ଟଙ୍କା ସର୍ବମୋଟ ୩୦ ହଜାର ଟଙ୍କା ପ୍ରାଥମିକସ୍ତରରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବିଷୟ ଖୁବ୍ ପ୍ରଶଂସନୀୟ ଅଟେ । ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ସାଧୁବାଦ ଜ୍ଞାପନ କରାଯାଇଛି ।
ବର୍ତ୍ତମାନ ତମାଳ ନାୟକ (୪୫) ଙ୍କ ର ଲିଭର ସମସ୍ୟା ସହ କିଡନୀ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ସଙ୍ଗୀନ ହୋଇଥିବା ନେଇ ତାଙ୍କୁ ଆୟୁଷ୍ମାନ ଯୋଜନାରେ ସୋମ ହସ୍ପିଟାଲରେ ଭର୍ତ୍ତି କରାଯିବା ନିମନ୍ତେ ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନ ଚିନ୍ତା ପ୍ରକଟ କରି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *