February 10, 2026
Home » ଗଞ୍ଜାମ ଜିଲ୍ଲା ପୁରୁଷ ଓ ମହିଳା ବକ୍ସିଂ ଚୟନ ଶିବିର

ଗଞ୍ଜାମ ଜିଲ୍ଲା ପୁରୁଷ ଓ ମହିଳା ବକ୍ସିଂ ଚୟନ ଶିବିର

0
WhatsApp Image 2025-01-19 at 11.58.48 AM

ବ୍ରହ୍ମପୁର: ଆସନ୍ତା ୨୧/୦୧/୨୦୨୫ ଏବଂ ୨୨/୦୧/୨୦୨୫ ରେ ରାଉରକେଲା ଠାରେ ରାଜ୍ୟସ୍ତରୀୟ ବକ୍ସିଂ ୟୁଥ୍ ଓ ଜୁନିଅର ମହିଳା ଏବଂ ଜୁନିଅର ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ମହିଳା ଏବଂ ପୁରୁଷ ଚୟନ ଶିବିର ୧୮/୦୧/୨୦୨୫ ବ୍ରହ୍ମପୁର ସ୍ଥିତ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଚୟନ ଶିବିର ରେ ପ୍ରାୟ ୪୦ ଜଣ ବକ୍ସର ଯୋଗ ଦେଇଥିଲେ ଏଵଂ ସେଥିରୁ ୧୭ ଜଣ ବକ୍ସର ରାଉରକେଲା ଠାରେ ରାଜ୍ୟସ୍ତରୀୟ ବକ୍ସିଂ ୟୁଥ୍ ଓ ଜୁନିଅର ମହିଳା ଏବଂ ଜୁନିଅର ପୁରୁଷ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ଅଥଲେଟିକ ଆସୋସିଏସନ୍ ର ସମ୍ପାଦକ j କାମେଶ୍ଵର ରାଓ ଏଵଂ ବକ୍ସିଂ ସମ୍ପାଦକ K ପ୍ରଭାକର ରାଓ ଜଣାଇଛନ୍ତି। ଏହି ପ୍ରତିଯୋଗିତା କୁ ଅନ୍ତର୍ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ, ରାଜ୍ୟ ରିଫେରି ଶ୍ରୀ ଶିବରାମ ପାତ୍ର, ଶ୍ରୀ ଲଡୁ କିଶୋର ସାହୁ, ବୁଲୁ ପାତ୍ର, ସୁମନ ଦାସ, ଅବିନାଶ ନାୟକ ପରିଚାଳନା କରିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *