February 10, 2026
Home » ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲ କୁ ଜିଲ୍ଲା ହସ୍ପିଟାଲ୍ ଭାବେ ମାନ୍ୟତା ମିଳିବ !ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ !

ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲ କୁ ଜିଲ୍ଲା ହସ୍ପିଟାଲ୍ ଭାବେ ମାନ୍ୟତା ମିଳିବ !ସ୍ଵାସ୍ଥ୍ୟ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ !

0
WhatsApp Image 2025-01-01 at 3.10.30 PM (1)

*

ଗଞ୍ଜାମଜିଲ୍ଲା ଗସ୍ତରେ ଆସି ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ନବନିର୍ମିତ ନିଃଶୁଳ୍କ ଡାୟାଲିସସ୍ ସେବା ସେଣ୍ଟର୍ ର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି ।ଗଞ୍ଜାମ ଜିଲ୍ଲା ହେଡ୍-କ୍ୱାଟର ଛତ୍ରପୁର ହସ୍ପିଟାଲ କୁ ଜିଲ୍ଲା ହସ୍ପିଟାଲ୍ ଭାବେ ମାନ୍ୟତା ମିଳିବ ବୋଲି ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ପ୍ରଦୀପ କୁମାର୍ ପାଢ଼ୀ, ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବହୁ ପି.ଆର.ଆଇ. ସଦସ୍ୟ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।।ସର୍ବୋପରି ଜିଲ୍ଲା ମୁଖ୍ୟ-ଚିକିତ୍ସାଧିକରୀ ଡ଼ା. ବିଜୟ କୁମାର ପଣ୍ଡା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁୁପରିଟେଣ୍ଡଟ୍ ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ମୁନୁସିପେଣ୍ଠ ମେଡିକାଲ ସୁୁପରିଟେଣ୍ଡଟ୍ ଡ଼ା.ସ୍ଵାଧୀନ ରଥ, ଛତ୍ରପୁର ବ୍ଲକ୍ ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଙ୍କ ଠାରେ ଦୃଷ୍ଟିପାତ କରିଥିଲେ ।

Leave a Reply

Your email address will not be published. Required fields are marked *