March 16, 2026
Home » ଗଡ଼ଜାତ ଲୋକ ମହୋତ୍ସବ ଉଦଘାଟିତ

ଗଡ଼ଜାତ ଲୋକ ମହୋତ୍ସବ ଉଦଘାଟିତ

0
WhatsApp Image 2026-03-14 at 3.39.16 PM

ଆଠଗଡ଼:  ଆଠଗଡ଼ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଗଡ଼ଜାତ ପରିକ୍ରମା ପକ୍ଷରୁ ଆଠଗଡ଼ ଗଡ଼ଜାତ ୮୪୯ ତମ ପ୍ରତିଷ୍ଠା ଦିବସ ଓ ଆଠଗଡ଼ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଗଡ଼ଜାତ ପରିକ୍ରମା ର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ରାଜା ଶୈଳେନ୍ଦ୍ର ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବେ ଆଠଗଡ଼ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରା ବିଜେପି ନେତା ଅଭୟ ବାରିକ, ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ ଶରତ କୁମାର ପାତ୍ର, ତ୍ରିଲୋଚନ ବେହେରା ଶରତ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଥିଲେ। ଗଡ଼ଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପଟ୍ଟଚିତ୍ର ଶିଳ୍ପୀ ରବିନାରାୟଣ ମହାପାତ୍ର, ପଦ୍ମଶ୍ରୀ ଶରତ କୁମାର ପାତ୍ର,ଗୁରୁଦତ୍ତ ନାୟକ, ରମେଶ କୁମାର ସେଠୀ,ବଶିଂକା ପ୍ରିୟଦର୍ଶିନୀ ଙ୍କୁ ଗଡ଼ଜାତ ସମ୍ମାନ ରେ ସମ୍ମାନିତ କରା ଯାଇଥିଲା। ଶେଷରେ ରାଜ୍ୟ ସରକାରଙ୍କ କଳା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *