October 23, 2025
Home » ଗଣପର୍ବ ନୁଆଁଖାଇ ରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ

ଗଣପର୍ବ ନୁଆଁଖାଇ ରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଲାଗିଲା ନବାନ୍ନ

0
WhatsApp Image 2025-08-29 at 12.58.59 PM

 

ସୁବର୍ଣ୍ଣପୁର— ପଶ୍ଚିମ ଓଡିଶା ଗଣପର୍ବ ନୁଆଁଖାଇ ରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଗତକାଲି ସକାଳ 10.45 ସମୟରେ ନବାନ୍ନ ଲାଗି କରାଯାଇଛି l ଏହି ଅବସରରେ ଏକ ସାଙ୍ଗରେ ଶତାଧିକ ଭକ୍ତ ନବାନ୍ନ ଭୋଗ ଗ୍ରହଣ କରିଛନ୍ତି l ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ । ନୁଆଁ ଖାଇ ଅବସରରେ ଗତକାଲି ସମଗ୍ର ବୌଦ୍ଧ ଜିଲ୍ଳା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ରେ ନବାନ୍ନ ଲାଗି କରାଯାଇଥିଲା ।

 

ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୁଜକ ଗୌରୀ ପ୍ରସାଦ ବଡମାଳି , ପାଳିଆ ପୂଜକ ହରିହର ବଡମାଳି, ରାଜୀବ ବଡ଼ମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାର୍ଶ୍ୱ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ଦିର ଚୁଡାରେ ନୂତନ ଧ୍ବଜା ଲାଗିଥିଲା l ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇ ପୂଜା କରିଥିଲେ l ପୁଜା କାର୍ଯ୍ୟ ରେ ବିଭୂତି ଭୂଷଣ ବଡମାଳି , ସାନନ୍ଦ ବଡମାଳି, ତରଣୀ ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ରାଜୁ ବଡମାଳି , ଏକ ବଡ଼ମାଳି ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଅମର ସାହୁ, ସମ୍ପଦ ଅଗ୍ରୱାଲ, ହରେଷ ନାୟକ, ଆଲୋକ ମହାପାତ୍ର, ଫକୀର ଘଡେଇ ଙ୍କ ସମତେ ଅନ୍ୟମାନେ ପରିଚାଳନା କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଭକ୍ତ ସାମିଲ ହୋଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *