ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟା ଶୀତଳା ମିଶ୍ର ଙ୍କ ପରଲୋକ

ଶିକ୍ଷାବିତ୍ ସ୍ଵର୍ଗତ ହରିହର ମିଶ୍ରଙ୍କ ଧର୍ମପତ୍ନୀ, ସାମାଜିକ କାର୍ଯ୍ୟକର୍ତ୍ତା ବିବେକ ରଞ୍ଜନ ମିଶ୍ରଙ୍କ ମାଆ ତଥା ଧର୍ମଗଡ ଏନଏସି ର ଉପାଧ୍ୟକ୍ଷା ମନୀଷା ମିଶ୍ର ଙ୍କ ପୂଜ୍ୟ ଶାଶୁ ମାଆ ଶ୍ରୀତଳା ମିଶ୍ର ଙ୍କ ର ଆଜି ପ୍ରତ୍ୟୁଷ ରେ ତାଙ୍କ ଜଗନ୍ନାଥ ପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥଲା।ବହୁ ବର୍ଷ ହେଲା ସେ ଗାୟତ୍ରୀ ପରିବାର ସହିତ ଜଡିତ ରହିଥିଲେ।ସେ କିଛି ଦିନ ହେଲା ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ବୋହୂ,ଝିଅ ଜ୍ବାଇଁ, ପରିବାର ବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଥିଲେ।ତାଙ୍କର ବିୟୋଗରେ ଧର୍ମଗଡ ସହର ରେ ଶୋକର ଛାୟା ଖେଳି ଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ