October 16, 2024
Home » ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

0

 

 

ଯୋଡ଼ା – ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସ (IBM) ର ନିଦେ୍ର୍ଦଶାନୁସାରେ ଓଡିଶା ଖଣି ନିଗମ ଅନ୍ତର୍ଗତ ଗୁଆଲି ଖଣି ନିଗମରେ ସ୍ୱଚ୍ଛତା ପଖୱାଡା-୨୦୨୪ କାର୍ଯ୍ୟକ୍ରମ ଗତ ୧୭ ସେପ୍ଟେମ୍ବର ରୁ ୦୨ ଅକ୍ଟୋବର ୨୦୨୪ ମଧ୍ୟରେ ପାଳିତ ହୋଇଯାଇଅଛି । ଏହା ଅନ୍ତର୍ଗତ ଗୁଆଲି ଖଣିର ପାରିପାଶ୍ୱିର୍କ ଗ୍ରାମ ପାଣ୍ଡୁଲିପଶି, ଗୁଆଲି, ଟୋପାଡିହି, ଲଇଡାପଦା ଏବଂ ରୁଗୁଡିହି ରେ ସ୍ୱଚ୍ଛତା ର୍ୟାଲି, ଶପଥ ପାଠ, ପଥପ୍ରାନ୍ତ ନାଟକ ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କର୍ମଚାରୀଙ୍କ ଦ୍ୱାରା ଖଣି ପରିସରରେ ସଫେଇ ଅଭିଯାନ କରିବା ସହ ସ୍ୱଚ୍ଛ ପରିବେଶ ପାଇଁ ସଚେତନ କରାଯାଇଅଛି ।

 

ଏହା ସହିତ ଅନୁଷ୍ଠାନର ସଫେଇ କର୍ମଚାରୀଙ୍କୁ ପର୍ସନାଲ ହାଇଜିନ୍ କିଟ୍ ବିତରଣ କରାଯାଇଥିଲା । ଲଇଡାପଦା ଆଶ୍ରମ ବିଦ୍ୟାଳୟରେ ଶ୍ରେଣୀଗୃହ ସଫେଇ ପ୍ରତିଯୋଗିତା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ନୀଳାଚଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖଣି ପରିଚାଳକ ପଙ୍କଜ କୁମାର ମହାନ୍ତ, ମ୍ୟାନେଜର ଚନ୍ଦନ କୁମାର ସାମଲ, ବିଭୁକଲ୍ୟାଣ ମହାନ୍ତି, କାମଦେବ ସାହୁ, ପ୍ରଦୀପ କୁମାର ଶତପତି, ସି.ଏସ୍.ଆର୍ କୋଡିନେଟର ଆଶିଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *