December 21, 2025
Home » ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

0
WhatsApp Image 2024-12-06 at 12.59.33 PM

ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ l ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ l କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା l କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି ସେମାଙ୍କୁ ଉଧାର କରାଯାଇ ଟ୍ରେନ ଯୋଗେ ରାୟଗଡକୁ ପଠାଇଥିଲେ l ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଵିଷମ କଟକ ବ୍ଲକର ୬ଜଣ ଓ କାଶୀପୁର ବ୍ଲକରୁ ୩ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ ସୂଚନା ଦେଇଥିଲେ l ଏହି ଘଟଣା ଏବେ ତଦନ୍ତ ପରିସରଭୁକ୍ତ ରହିଅଛି ଓ ଏଥିରେ ସମ୍ପୃକ୍ତ ଥିବା ଦଲାଲ କୁ ଚିନ୍ହଟ କରାଯିବା ସହିତ ଶ୍ରମିକ ମାନଙ୍କ ର ବକେୟା ଥିବା ପ୍ରାପ୍ୟ ପ୍ରଦାନ କରାଯିବା ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଧୀନ ରହିଛି।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *