ଗୁଣପୁର ସହରରରେ ପ୍ରଜାପିତା ବ୍ରହ୍ମକୁମାରୀ ଦିବ୍ୟ ବିଶ୍ୱବିଦ୍ୟାଳୟର ନୂତନ କୋଠା ଉଦଘାଟିତ
ଗୁଣପୁର ସହରର ସହରର ଜଗନ୍ନାଥ ନଗର ସ୍ଥିତ ହିତୀୟ ଗଳିରେ ରବିବାର ଦିନ ପ୍ରଜାପିତା ବ୍ରହ୍ମକୁମାରୀ ଦିବ୍ୟ ବିଶ୍ୱବିଦ୍ୟାଳୟର ନୂତନ କୋଠା ଉଦଘାଟନ ହୋଇଯାଇଛି। ଏହି ସମାରୋହ ଗୀତାର ବିଶେଷଜ୍ଞ ରାଜଯୋଗିନୀ ବ୍ରହ୍ମକୁମାରୀ ଭିନ୍ନା ଦିଦି (କର୍ଣ୍ଣାଟକ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା, ଯେଉଁଥିରେ ଦିଦି ମୁଖ୍ୟ ବକ୍ତା ଭାବେ ରାଜ ଯୋଗୀନୀ ଭି.କେ.ବିନା ଦିଦି,ମୁଖ୍ୟଅତିଥି ଭାବେ ଗୁଣୁପୁରର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ,ରାଜଯୋଗିନୀ ଶ୍ରୀମନ୍ଦି ରାଜଯୋଗୀନି ରୀତା ମଞ୍ଚାସିନ ଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ସଂଗଠନ, ଏହାର ୯୦ତମ ବାର୍ଷିକୀ ପାଳନ କରୁଛି ଏବଂ ୧୪୦ ଟି ଦେଶରେ କାର୍ଯ୍ୟ କରୁଛି, ଆତ୍ମ-ଜ୍ଞାନ, ସାକ୍ଷରତା, ଏକତା ଏବଂ ସଶକ୍ତିକରଣ ଉପରେ ଧ୍ୟାନ ଦେଉଛି।

କାର୍ଯ୍ୟକ୍ରମରେ ସାମାଜିକ ସମନ୍ୱୟ ପାଇଁ ବିଶ୍ୱାସର ଗୁରୁତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସନ୍ଧ୍ୟକାଳିନ କାର୍ଯ୍ୟକ୍ରମରେ ପ୍ରବଚନ”ଗୀତା ସାର ଜୀବନ ଆଧାର” ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ ଯୋଗଦେଇଥିଲେ। ଅନ୍ୟାନ୍ୟ ବ୍ରହ୍ମକୁମାରୀଙ୍କ ମଧ୍ୟରେ ରାଜୋଗିନୀ ବି.କେ ସୁମତି ଦିଦି, ସବ୍-ଜୋନ୍ ଇନଚାର୍ଜ, ବ୍ରହ୍ମା କୁମାରିସ୍, ନବରଙ୍ଗପୁର,ରାଜୋଗିନୀ ବି.କେ ଜୟନ୍ତୀ ଦିଦି, କେନ୍ଦ୍ର ଇନଚାର୍ଜ, ବ୍ରହ୍ମା କୁମାରିସ୍, ଜୟପୁର,ରାଜୋଗିନୀ ବି.କେ ଶଶି ଦିଦି, ସେଣ୍ଟର୍ ଇନଚାର୍ଜ, ବ୍ରହ୍ମା କୁମାରିସ୍, ଭବାନୀପାଟଣା,ରାଜୋଗିନୀ ବି.କେ ଶ୍ରୀମତି ଦିଦି, ସେଣ୍ଟର୍ ଇନଚାର୍ଜ, ବ୍ରହ୍ମା କୁମାରିସ୍, ରାୟଗଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
