February 27, 2026
Home » ଗୁରୁପୂର୍ଣମା ପାଳନ
bra-guru

ବ୍ରହ୍ମପୁର: ପାଣିଗ୍ରାହୀ ପେଣ୍ଠ ସାହି ସ୍ଥିତ ରଘୁନାଥ ମନ୍ଦିର ଠାରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଗୁରୁପୂର୍ଣ୍ଣିମା ଉଚ୍ଚବ ମହାସମାରୋହରେ ପାଳନ କରାଯାଇଥିଲା।୯ ଓ ୧୦ ତାରିଖ ଦୁଇ ଦିନ ବ୍ଯାପି ଏହି କାର୍ଯ୍ୟକ୍ରମ ମନ୍ଦିର ପରିସରରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ଦ୍ବିତୀୟ ଦିନ ରେ ଆବାହମାନ ପୂଜନ ଅପରାହ୍ନରେ ଗୁରୁ ଆଗମନ,ଗୁରୁଦୀକ୍ଷା କାର୍ଯ୍ୟକ୍ରମ ସହ ସଂନ୍ଧ୍ଯାରେ ଗୁରୁ ବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବୃନ୍ଦାବନ ନିବାସ ମହାମଣ୍ଡଳେଶ୍ବର ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜ,ଲଳିତ ମହାରାଜା,ପୂଜ୍ଯ ସଦଗୁରୁଦେବ ଶ୍ରୀକ୍ରିଷ୍ଣା ଭୈୟାଜୀଙ୍କ ଦ୍ବାରା ଧର୍ମସଭା ର ଆୟୋଜନ କରିବା ସହ ଗୁରୁଙ୍କ ଗୁଣଗାନ କରି କହିଥିଲେ ଯେ ଗୁରୁ କୌଣସି ବ୍ୟକ୍ତି ନୁହନ୍ତି ସେ ଦିବ୍ୟ ଚେତନ ଶକ୍ତିର ଆଧାର।

ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଗୁରୁଭାଇ ସନ୍ତୋଷ କୁମାର ମହାନ୍ତି,ଦ୍ବାରିକା ପ୍ରସାଦ ମହାନ୍ତି,ସମୀର କୁମାର ମହାନ୍ତି,ବସୁଦେବ ଗୌଡ,ଅନିଲ କୁମାର ଚୌଧୁରୀ,କାମରାଜୁ ଦାସ,ବଳରାମ ଜେନା,ଚନ୍ଦନ ସାହୁ,ଦୀପକ ପାଣିଗ୍ରାହୀ,ଗଣେଶ ପ୍ରଧାନ, ସଂଗୀତା ମହାନ୍ତି,ଗୀତା ମହାନ୍ତି,ଅଞୁ ମହାନ୍ତି,ସର୍ମିଲା ସେଠୀ,ସୁନିତା ଜେନା,ପୁଷ୍ପାଞଳି ପ୍ରଧାନଙ୍କ ସମେତ ବାହାରୁ ବହୁ ଗୁରୁ ଭାଇଭଉଣୀ ଉପସ୍ଥିତ ରହି ଗୁରୁକୃପା ନେଇଥିଲେ.। ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇ ଥିଲା।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *