December 2, 2025
Home » ଗୋଟିଏ ମାସରୁ ଉର୍ଦ୍ଧ ହେବ ନଳକୂପ ଅଚଳ

ଗୋଟିଏ ମାସରୁ ଉର୍ଦ୍ଧ ହେବ ନଳକୂପ ଅଚଳ

0
WhatsApp Image 2025-12-02 at 3.45.01 PM

 

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ଗ୍ରାମ ପଂଚାୟତ ଅନ୍ତର୍ଗତ ବାବୁପାଲି ଗ୍ରାମର ଆମ୍ବବୁରେଇ ପଡ଼ାଠାରେ ଥିବା ଏକମାତ୍ର ନଳକୂପ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇ ପଡ଼ିଛି l ପଡ଼ାରେ ୨୦ ପରିବାର ର ପ୍ରାୟ ୧୫୦ ଜଣ ଲୋକ ବସବାସ କରୁଥିବା ବେଳେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଚଳ ନଳକୂପକୁ ମରାମତି କରିବାକୁ ପଡ଼ାବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ୍ ଏହାର କୌଣସି ସମାଧାନ ହୋଇ ନଥିବା ଅଭିଯୋଗ ହୋଇଛି l ବିଭାଗୀୟ ଅଧିକାରୀଙ୍କ ଖମାଖିଆଲି ମନୋଭାବ ଯୋଗୁଁ ଏକ ମାସରୁ ଉର୍ଦ୍ଧ୍ୱ ହେବ ନଳକୂପ ମରାମତି ହୋଇ ପାରିନଥିବା ଦୁଃଖର ବିଷୟ ବୋଲି ପଡ଼ାବାସି ଅଭିଯୋଗ କରିଛନ୍ତି l ଏଣୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ପିଇବା ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ସହ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ପଡ଼ାର ଅଚଳ ଥିବା ନଳକୂପ ତୁରନ୍ତ ମରାମତି କରି ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ପଡ଼ାବାସୀ ଦାବି କରିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *