ଗୋଲାମୁଣ୍ଡା ବ୍ଲକ ଫୁଣ୍ଡା ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମ ଠାରେ ମହିଳାଙ୍କ ସଚେତନତାକୁ ନେଇ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ଧର୍ମଗଡ ଶକ୍ତି ସଦନ କାର୍ଯ୍ୟାଳୟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁମିତ୍ରା ଦେବୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ

ଗୋଲାମୁଣ୍ଡା ଆଇ ସି ଡ଼ି ଏସ ସୁପର ଭାଇଜର ଶାନ୍ତି ମଙ୍ଗରାଜ, ବ୍ଲକ କୋଅର୍ଡିନେଟର ବିନୀତା ରାଉତ, ଫୁଣ୍ଡା ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଚଲାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ କିଭଳି ଶିକ୍ଷା କ୍ଷେତ୍ରରେ କିଭଳି ଆଗକୁ ଯିବେ,ସେମାନେ କେମିତି ଆତ୍ମନିର୍ଭରଶୀଳ ହେବେ, ସ୍ୱାସ୍ଥ୍ୟର ଯତ୍ନ ନେବେ,ନିର୍ଯାତନାରୁ କିଭଳି ଦୁରେଇ ରହିବେ ତଥା ବାଲ୍ୟ ଵିଵାହ ରୁ ଦୁରେଇ ରହିବା ସହ ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ବୁଝାଇଥିଲେ।ଜିଲ୍ଲା ଜେଣ୍ଡର ସ୍ପେଶିଆଲିଷ୍ଟ ରାମଚନ୍ଦ୍ର ବାଗ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।କାର୍ଯ୍ୟାଳୟ ସହଯୋଗି ଦେବରାଜ ମହାନନ୍ଦ କାର୍ଯକ୍ରମ ପରିଚାଳନା କରିଥିଲେ।ଅଙ୍ଗନ୍ ବାଡ଼ି କର୍ମୀ ତୁଳସା ସୁନାନୀ ସହଯୋଗ କରିଥିଲେ।
