July 1, 2025
Home » ଗୋଷ୍ଠୀ ସ୍ଥରିୟ ବିଜ୍ଞାନ ମେଳା ଓ କୁନି ବୈଜ୍ଞାନିକ ପ୍ରଦର୍ଶନୀର ଆୟୋଜିତ

ଗୋଷ୍ଠୀ ସ୍ଥରିୟ ବିଜ୍ଞାନ ମେଳା ଓ କୁନି ବୈଜ୍ଞାନିକ ପ୍ରଦର୍ଶନୀର ଆୟୋଜିତ

0
WhatsApp Image 2024-11-21 at 7.08.10 PM

ରାୟଗଡ଼ା ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ରେ ୨୦.୧୧.୨୪ ଦିନ ଗୋଷ୍ଠୀ ସ୍ଥରିୟ ବିଜ୍ଞାନ ମେଳା ଓ କୁନି ବୈଜ୍ଞାନିକ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା । ଏଥିରେ ମେଟ୍ ୮୦ ଗୋଟି ପ୍ରକଳ୍ପ ଭାଗନେଇ ଥିଲେ । ସେଥି ମଧ୍ୟରୁ ୭ ଗୋଟି ପ୍ରକଳ୍ପକୁ ବଛା ଯାଇଥିବା ସହ ଜିଲ୍ଲା ସ୍ତରରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ସୋଇଛନ୍ତି । ଉଦ୍ଘାଟନ ଉତ୍ସବ ରେ ଏଡିଇଓ ଶ୍ରୀ ଭଢନଲାଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ନିଜ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ପାଇଁ କହିଥିଲେ । ରାୟଗଡ଼ାର ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ସୁନୀତା ଭୋଇ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଆକର୍ଷଣ ଭାବରେ ଆନ୍ତର୍ଜାତୀୟ ସାଇକେଲ ଯାତ୍ରାରେ ଥିବା ବ୍ୟକ୍ତି ଶ୍ରୀ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିବାବେଳେ ତିନି ଜଣ ବିଚାରକ ମଧ୍ୟ ଯୋଗ ଦେଇଥିଲେ । ଅପରାହ୍ନ ରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ା ଯୋଗ ଦେଇଥିଲେ ଏବଂ କହିଥିଲେ ଯେ, ଛୋଟ ଛୋଟ ଜିନିଷ କୁ ନେଇ ଉଦ୍ଭାବନର ଧାରା ଆରମ୍ଭ କରିବାକୁ କହି ଗଛର ଉପକାରୀତା ଉପରେ ଆଲୋକପାତ କରିଥିଲେ ଏବଂ ଗଛ ଲଗାଇବା କୁ କହିଥିଲେ। । ସଭାରେ ସଭାପତିତ୍ଵ ହୋଇଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ଦାଶ ଏବଂ ଆବାହନ ଶୁଶ୍ରୀ ନମିତା ପାନ, ରାୟଗଡ଼ା ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପ୍ରଧାନ ଶିକ୍ଷକ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *