ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମୁନିସିପେଣ୍ଠ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ଛତ୍ରପୁର: ଛତ୍ରପୁର ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମୁନିସିପେଣ୍ଠ ଠାରେ ବିଶ୍ୱ ଯକ୍ଷ୍ମା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ବ୍ଲକ ଉପାଧ୍ୟକ୍ଷା – ଏସ୍ ସରଧା ରେଡୀ, ସରପଞ୍ଚ – ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ – ଶମ୍ଭୁନାଥ ସ୍ୱାଇଁ, ରେଲାନ୍ସ ଫାଉଣ୍ଡେସନ ଅଧୀକ୍ଷକ ମୋଚିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକ୍ଷୀକ ଡାକ୍ତର. ସ୍ୱାଧୀନ ରଥ ଙ୍କ ତତ୍ୱାବଧାନରେ, ପି.ଏଚ.ଇ.ଓ ବରୁଣ କୁମାର ପାଣିଗ୍ରାହୀ, ବ୍ଲକ୍ ଯକ୍ଷ୍ମା ନିରୀକ୍ଷକ- ପ୍ରଭାତ କୁମାର ସାହୁ, ଏସ.ଟି.ଏଲ.ଏସ ପ୍ରଦୀପ କୁମାର ଓଁକାର, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ , ଟିବି ଚାମ୍ପିୟନ୍ ବିଶିକେଶନ ଦାସ, ମୁନିସିପେଣ୍ଠ ସେକ୍ଟର ର ସମସ୍ତ ସି.ଏଚ.ଓ, ଏ ଏନ.ଏ.ଏମ୍ ଏବଂ ଆଶା କର୍ମୀ ଙ୍କ ସହଯୋଗରେ ପାଳନ କରାଯାଇଥିଲା ଏବଂ ତାହା ସହିତ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ, ଗଙ୍ଗାପୁର ରେ ଯକ୍ଷ୍ମା ସଚେତନ କାର୍ଯ୍ୟକ୍ରମ ୩ ଟି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା (ଆଦିତ୍ୟ କୁମାର ପାତ୍ର, ପି ଲଲିତା ପତ୍ର, ମଧୁସ୍ମିତା ସାସମଲ୍)। ଯକ୍ଷ୍ମା ରୋଗୀ ମାନଙ୍କୁ ନିକ୍ଷୟ ମିତ୍ର ଯୋଜନା ମଧ୍ୟମ ରେ ଖାଦ୍ୟ ମଧ୍ୟ ପ୍ରଧାନ କରାଯାଇଥିଲା । ଆଗାମୀ ଦିନରେ ଟାଙ୍ଗଣାପଲ୍ଲୀ ପଞ୍ଚାୟତର କେ.ଟି.ଏନ୍ ପୁର ଓ ରାମପଲ୍ଲି ଗ୍ରାମକୁ ଯକ୍ଷ୍ମା ରୋଗରୁ ନିରାକରଣ କରିବା ପାଇ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦେଇଥିଲେ। ଏବଂ ଅଧୀକ୍ଷୀକ ଡାକ୍ତର ସ୍ୱାଧୀନ ରଥ ମୁଖ୍ୟତଃ ଯକ୍ଷ୍ମା ରୋଗ ର ଭୟଭୟତା ଏବଂ ନିରାକରଣ ପାଇଁ ଆଗାମୀ ଦିନ ରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ୨.୦ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ର ଏକ୍ସରା ସାଇ ଟିବି ଏବଂ ସେମାନଙ୍କ କଫ ପରୀକ୍ଷା ଦ୍ୱାରା ପୁର୍ନବାର ଭାବରେ ଟିବି ଚିହ୍ନଟ କରାଯିବ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ୯ ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇଥିବା ବେଳେ ଆଉ ୯ ଟି ପଞ୍ଚାୟତ କୁ ଆଗାମୀ ଦିନରେ ଯକ୍ଷ୍ମା ମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଓ ନିଷ୍ପତି ନେଇଛନ୍ତି ଏବଂ ଗତ ବର୍ଷ ପରି ସମସ୍ତ କର୍ଯ୍ୟକ୍ରମ ଙ୍କୁ ହାତେଇ ନେଇ ଯକ୍ଷ୍ମା ମୁକ୍ତ ଦିଗରେ ଅଗ୍ରସର ହୋଇଛନ୍ତି। ନୂତନ କରୂପରେ ଆସିଥିବା ଯକ୍ଷ୍ମା ରୋଗ ପାଇଁ ପ୍ରୋଟେବଲ ଏକ୍ସରେ ମେସିନ୍ ଏବଂ ଲୋକ ମାନଙ୍କୁ ମାଗଣାରେ ସମସ୍ତ ସୁବିଧା ପ୍ରଦାନ କରାଯିବ ଏବଂ ସରକାରଙ୍କ ପକ୍ଷରୁ ୬ ମାସକୁ ୬୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ଶ୍ରୀ ରଥ ସୂଚନା ଦେଇଛନ୍ତି ।।
