December 28, 2025
Home » ଗୌରୀଙ୍କ ଆଗମନ ସହ ଆରମ୍ଭ ହେଲା ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୋୖରୀ ଯାତ୍ରା l

ଗୌରୀଙ୍କ ଆଗମନ ସହ ଆରମ୍ଭ ହେଲା ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୋୖରୀ ଯାତ୍ରା l

0
WhatsApp Image 2025-10-07 at 12.27.14 PM

ସୁବର୍ଣ୍ଣପୁର – ସୋନପୁର ସହରର ଢେରାପଡା ଠାରେ ତେଲୁଗୁ ଦେବାଙ୍ଗ (ଢେରା)ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷେ ଅନ୍ତରରେ ପାଳନ କରାଯାଉଥିବା ହରଗୋୖରୀ ଯାତ୍ରା ଗତକାଲି ବିଳମ୍ବିତ ରାତି ରେ ଗୌରୀ ଙ୍କ ଆଗମନ ପରେ ଶୁଭାରମ୍ଭ ହୋଇଛି। ରାତିରେ ମା’ ବୁଢିମାଁ ଙ୍କ ଠାରେ ପୂଜାର୍ଚ୍ଚନା ପରେ କାଠିପକା କାର୍ଯ୍ୟକ୍ରମ ସହ ସମସ୍ତ ଅଧିବାସୀ ସୁବର୍ଣ୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଙ୍କ ମନ୍ଦିର ପାର୍ଶ୍ଵସ୍ଥ ନିଜସ୍ୱ ଜମିରେ ଉତ୍ପନ୍ନ ଧାନଗଛ ଗୌରୀ ଙ୍କୁ ଏକ ଥାଳ ରେ ବସାଇ ପୂଜାର୍ଚ୍ଚନା କରି ଏକ ବିରାଟ ପଟୁଆର ରେ ବୁଢିମା ମନ୍ଦିର ସାମ୍ନା କୁ ଅଣାଯାଇ ସ୍ଥାପନା କରାଯାଇଥିଲା। ଗୌରୀ ଙ୍କୁ ଆଣିବାବେଳେ ଏକ ଅବିବାହିତ ଯୁବକ ମୁଣ୍ଡରେ ବେlହି ଆଣିବା ବିଧି ଥିବା ହେତୁ ଚଳିତ ବର୍ଷ ସୂରଜ ପାତ୍ର ମା’ ଗୌରୀ ଙ୍କୁ ମୁଣ୍ଡରେ ବେlହି ଆଣିଥିଲେ। ରାସ୍ତାରେ ଆସିବାବେଳେ ଅନେକ ଶ୍ରଦ୍ଧାଳୁ ନିଜ ଦ୍ଵାର ସାମ୍ନାରେ ଜଳପୂର୍ଣ୍ଣ କଳସି ବସାଇ ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ l ପରେ ଢେରାପଡାସ୍ଥିତ ପୂଜା ମଣ୍ଡପ ରେ ଗୈlରୀଙ୍କୁ ସ୍ଥାପନା କରାଯାଇଥିଲା। ଆଜି ପ୍ରଥମ ଅର୍ଘ୍ୟ ସ୍ଵରୁପ ପ୍ରତିଘରୁ ଖିରୀ ଓ ପିଠା ଲାଗି କରାଯିବ। ଆସନ୍ତା କାଲି ସହରର ବିଶିଷ୍ଟ ମୂର୍ତ୍ତିକାର ୰ ଗୋଲେଖନାଥ ସାହୁ ଙ୍କ ବାସଭବନରୁ ଶିବ ଙ୍କୁ ଆବାହନ କରାଯାଇ ଗୌରୀ ଙ୍କ ପାର୍ଶ୍ୱରେ ସ୍ଥାପନ କରାଯାଇ ପାରଂପାରିକ ଭାବେ ପ୍ରତ୍ୟେହ ରୁଦ୍ରାଭିଷେକ, ମହାପୂଜା, ଶିବଶହସ୍ର ନାମ ସହ ବିଲ୍ଲ୍ୱ ପତ୍ର ପୂଜା କରାଯିବ। ଯାତ୍ରା ପାଇଁ ଢେରାପଡା ଚଳଚଞ୍ଚଳ ହେlଇ ଉଠିଛି। ବିଭିନ୍ନ ଗଳି ରେ ସାଜସଜ୍ଜା ସହ ଆଲୋକ ମାଳାରେ ଝଲସି ଉଠିଛି। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *