December 21, 2025
Home » ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସର ପୂର୍ବ ଭାରତରେ ବିସ୍ତାର

ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସର ପୂର୍ବ ଭାରତରେ ବିସ୍ତାର

0
WhatsApp Image 2025-11-22 at 8.51.56 PM

ବିତ୍ତିୟ ବର୍ଷ 26 ମଧ୍ୟରେ ଓଡିଶାରେ ହେଲ୍ଥ୍ ଇନ୍ସୁରାନ୍ସ ପ୍ରବେଶ ଆହୁରି ବଢ଼ାଇବାକୁ ଲକ୍ଷ୍ୟ

ଭୁବନେଶ୍ୱରରେ ରିଜିଓନାଲ୍ ଅଫିସ୍ ଆରମ୍ଭ; ବିତ୍ତିୟ ବର୍ଷ 26 ମଧ୍ୟରେ ରାଜ୍ୟରେ 1000 ଏଜେଣ୍ଟ ଠିଆ କରିବା ଉଦ୍ଦେଶ୍ୟ
ଭୁବନେଶ୍ୱର, 21 ନଭେମ୍ବର 2025: TVS ଗ୍ରୁପରୁ ଶ୍ରୀ ୱେଣୁ ଶ୍ରୀନିବାସନ ଏବଂ ବୀମା ଜଗତର ଅନୁଭବୀ ନେତା ଶ୍ରୀ ୱି. ଜଗନ୍ନାଥନଙ୍କ ପରିବାରଙ୍କ ନିବେଶରେ ଗଠିତ ଭାରତର ସବୁଠାରୁ ନବୀନ ସ୍ୱତନ୍ତ୍ର ହେଲ୍ଥ୍ ଇନ୍ସୁରାନ୍ସ କମ୍ପାନୀ — ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସ — ଆଜି ଓଡିଶାର ଭୁବନେଶ୍ୱରରେ ତାହାର ରିଜିଓନାଲ୍ ଅଫିସ୍ ଆରମ୍ଭ କରିବାକୁ ଘୋଷଣା କରିଛି। ପୂର୍ବ ଭାରତରେ ନିଜ ଉପସ୍ଥିତିକୁ ସୁଦୃଢ କରିବା ଏବଂ ସମସ୍ତଙ୍କର ପାଇଁ ସୁଲଭ ଏବଂ ସମାବେଶୀ ସ୍ୱାସ୍ଥ୍ୟ ବୀମା ସମାଧାନ ପାଇଁ ଉଦ୍ୟମ କରିବାରେ ଏହା ଗ୍ୟାଲାକ୍ସିର ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟି।ବଢ଼ୁଥିବା ସ୍ୱାସ୍ଥ୍ୟ ଚିକିତ୍ସାର ଆବଶ୍ୟକତା ଏବଂ ବୀମା ଧାରକ ମଧ୍ୟରେ ଥିବା ବ୍ୟାପକ ଅନ୍ତର ଏହା ସୂଚାଇଥାଏ ଯେ ରାଜ୍ୟରେ ଅଧିକ ସମାବେଶୀ ଏବଂ ସୁଲଭ କଭରେଜ୍ ନିହାତି ଆବଶ୍ୟକ।

ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସ ଅନୌପଚାରିକ କ୍ଷେତ୍ରର କର୍ମୀ, ନିମ୍ନମଧ୍ୟବିତ୍ତ ବର୍ଗର ପରିବାର, ଏବଂ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁରକ୍ଷା ସୁଲଭ କରାଇବାକୁ ଉଦ୍ୟମ କରୁଛି।ପୂର୍ବ ଭାରତର ବିକାଶର ଅଂଶ ଭାବେ, ଗ୍ୟାଲାକ୍ସି ବିତ୍ତିୟ ବର୍ଷ 26 ମଧ୍ୟରେ ଓଡିଶାରେ 1000 ରୁ ଅଧିକ ଏଜେଣ୍ଟ ଠିଆ କରିବାର ପ୍ରକଳ୍ପ ରଖିଛି। ଉପେକ୍ଷିତ ଅଞ୍ଚଳରେ ବୀମା ସଚେତନତା ଏବଂ ପ୍ରାପ୍ତି ବଢ଼ାଇବା ପାଇଁ ବିତରଣ ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରିବାରେ କମ୍ପାନୀ ଗୁରୁତ୍ୱ ଦେବ।“ଓଡିଶା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବିକାଶ ମାର୍କେଟ୍, ଯେଉଁଠାରେ ଦୃଢ଼ ଉଦ୍ୟମୀ ମନୋଭାବ ଏବଂ ବିଶ୍ୱସନୀୟ ସ୍ୱାସ୍ଥ୍ୟ ବୀମା ପ୍ରତି ଚାହିଦା ଦିନକ୍ରମେ ବଢ଼ୁଥାଏ। ଭୁବନେଶ୍ୱରରେ ଆମର ଉପସ୍ଥିତି ସହ, ଆମେ ସ୍ୱାସ୍ଥ୍ୟ ସୁରକ୍ଷାକୁ ସହଜ, ସୁଲଭ ଏବଂ ସମାବେଶୀ କରିବାକୁ ଲକ୍ଷ୍ୟ କରୁଛୁ। ଗ୍ୟାଲାକ୍ସିରେ ଆମର ଲକ୍ଷ୍ୟ ହେଉଛି ଯେ, ଔପଚାରିକ ଆର୍ଥିକ ପ୍ରଣାଳୀ ଠାରୁ ବାହାରେ ଥିବା ପରିବାରମାନେ ମଧ୍ୟ ସମ୍ମାନଜନକ ସୁରକ୍ଷା ପାଇପାରନ୍ତୁ। ପୂର୍ବ ଭାରତରେ ଆମର ବିସ୍ତାର ଆମର ପ୍ରତିବଦ୍ଧତାକୁ ସୁଦୃଢ କରେ — ଯେଉଁଠି ଆମେ ବିଶ୍ୱାସ ଗଢ଼ିବା ଏବଂ ସୁରକ୍ଷା-ନିର୍ଦ୍ଦେଶିତ ଆର୍ଥିକ ସ୍ଥିରତା ସୃଷ୍ଟିରେ ଅଂଶଗ୍ରହଣ କରୁଛୁ,” ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସର MD ଏବଂ CEO ଶ୍ରୀ ଜି. ଶ୍ରୀନିବାସନ କହିଛନ୍ତି।ଗ୍ୟାଲାକ୍ସି ହେଲ୍ଥ୍ ଇନ୍ସୁରାନ୍ସ IRDAI ଠାରୁ ମାର୍ଚ୍ଚ 2024 ରେ ଲାଇସେନ୍ସ ପାଇଥିଲା। ପ୍ରଥମ ବର୍ଷରେ, କମ୍ପାନୀ 14,000+ ଏଜେଣ୍ଟ ବିକଶିତ କରିଛି ଏବଂ ସମଗ୍ର ଭାରତରେ 2.5 ଲକ୍ଷ ଠାରୁ ଅଧିକ ଲୋକଙ୍କୁ ବୀମା ସୁରକ୍ଷା ଦେଇଛି।
କମ୍ପାନୀର ପ୍ରମୁଖ ପ୍ରସ୍ତାବନାମାନଙ୍କ ମଧ୍ୟରେ ରହିଛି: Galaxy Promise — ପରିବାର ପାଇଁ ଏକ ସମ୍ପୂର୍ଣ୍ଣ ହେଲ୍ଥ୍ ପ୍ଲାନ୍; Galaxy Marvel — ଏକ କଷ୍ଟମାଇଜ୍ କରିପାରିବା ଯୋଜନା ଯାହା ସ୍ୱାସ୍ଥ୍ୟସଚେତନ ଜୀବନଶୈଳୀକୁ ପ୍ରୋତ୍ସାହନ ଦେଇଥାଏ।

Leave a Reply

Your email address will not be published. Required fields are marked *