ଚକାପାଦ ବ୍ଲକ କାର୍ଯ୍ୟାଳୟ ରେ ଟାୱାର ବସିବ କେବେ , ଦୁଇ ସରପଞ୍ଚ ପଦବୀ ଖାଲି, ପଦବୀ ପଦବୀ ପୂରଣ କେବେ ??

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ କାର୍ଯ୍ୟାଳୟ ରେ ଟାୱାର ନାହିଁ, ବ୍ଲକ ବିଡ଼ିଓ ଙ୍କୁ ଫୋନ ଯୋଗାଯୋଗ ରେ ବିଛିନ୍ନ ହେଉଛି ଯଦ୍ୱାରା ବ୍ଲକ କାର୍ଯ୍ୟାଳୟ ବିଭାଗିୟ ଅଧିକାରୀ ମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଅଭିଯୋଗ ହେଉଛି। ଗାଁ ଗାଁରେ ଟାୱାର ବସିଥିବା ଦେଖିବାକୁ ମିଳୁଛି ହେଲେ ଚକାପାଦ ବ୍ଲକ କାର୍ଯ୍ୟାଳୟ ରେ ଟାୱାର ବସିବ ନାହିଁ ପରିତାପର ବିଷୟ ଫୋନ୍ ଯୋଗାଯୋଗରେ ବ୍ୟାପକ ସମସ୍ୟା ଲାଖିରହିଥିଲା ବେଳେ ସାଧାରଣ ଜନତା ବିଭାଗିୟ ଅଧିକାରୀ ମାନଙ୍କ ପାଖରେ ଅଭିଯୋଗ ଥିଲେ ଯୋଗାଯୋଗ ହୋଇପାରୁନଥିବା ଯୋଗୁଁ ସାଧାରଣ ଜନତା ବ୍ଲକ ବିଡ଼ିଓ ଙ୍କୁ ଭେଟିବାକୁ ଚେଷ୍ଟା କରିବ୍ଲକ କାର୍ଯ୍ୟାଳୟ କୁ ଆସିଲେ ବିଡ଼ିଓ ନିଜକତ୍ତବ୍ୟ ରେ ବାହାର କୁ ଯାଇଥିଲେ,ବିଚରା ଖାଲି ହାତରେ ଫେରିବାକୁ ପଡ଼ୁଛି।ଅର୍ଥ ହାନି ହେଉଛି ସାଧାରଣ ଜୀବନ ବିପର୍ଯ୍ୟସ୍ତ ହେଉଛି।ଖାଲି ସେତିକି ନୁହେଁ ଚକାପାଦ ବ୍ଲକ ରେ ଦୁଇଟି ସରପଞ୍ଚ ପଦବୀ ଖାଲି ପଡିଛି। ଚକାପାଦ ପଞ୍ଚାୟତ ଓ ବ୍ରାହ୍ମଣପାଦ ପଞ୍ଚାୟତ ସରପଞ୍ଚ ପଦବୀ ଖାଲି ପଡିଛି। ଚକାପାଦ ପଞ୍ଚାୟତ ର ସରପଞ୍ଚ ଉମାଚରଣ ମଲିକ ଥିଲେ,ଏବେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ,ବ୍ରାହ୍ମଣପାଦ ପଞ୍ଚାୟତ ସରପଞ୍ଚ ଙ୍କ ମୃତୁ ହୋଇଛି। ସୂଚନା ଯୋଗ୍ୟ କି ଭାରତର କଂଗ୍ରେସ ଅଧ୍ୟକ୍ଷା ଷୋନିଆ ଗାନ୍ଧୀ ଥିଲେ। ଷୋନିଆ ଗାନ୍ଧୀ ଦୁଇଟି ପଦବୀରେ ଥିଲେ,ବିରୋଧି ଙ୍କ ଅଭିଯୋଗ ରେ ଗୋଟିଏ ପଦବୀରୁ ଇସ୍ତଫା ଦେଇଥିଲେ,ଠିକ ଓଡ଼ିଶା ରେ ଚବିଶ ବର୍ଷ ର ବିଜେଡି ଶାସନ କାଳରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୋୖର ପରିଷଦରେ ବିଜେଡ଼ି ଅଧ୍ୟକ୍ଷ ଥିଲେ ସୁଗ୍ରୀବ ସିଂ କନ୍ଧମାଳ ସାଂସଦ ପଦବୀ ରେ ଥିଲେ ସୁଗ୍ରୀବ ସିଂ ତାଙ୍କୁ ମଧ୍ୟ ଗୋଟିଏ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିଲା। ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ପାଖରେ କ’ଣ ଜଣେ ଦୁଇଟି ପଦବୀରେ ଥିଲେ କ’ଣ ଇସ୍ତଫା ଦେବାକୁ ପଡ଼ିବ ନାହଁ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। କିନ୍ତୁ ବିଜେପି ସରକାର ଙ୍କ ଅମଳରେ ଏପରି ଜଣେ ବିଜେପି ବିଧାୟକ ଦୁଇଟି ପଦବୀରେ ରହିବା ଅପେକ୍ଷା ସବୁ ଜାଣିଶୁଣି ନୋତିକତା ଦୃଷ୍ଟି କୋଣରୁ ଇସ୍ତଫା ଦେଲେ ବିରୋଧି ଙ୍କ ଆଙ୍ଗୁଳି ଉଠାଇବାକୁ ଦେବ ନାହିଁ ବିଜେପି ଦଳ ବାସ୍ତବରେ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର କୁ ଏକ ବର୍ଷ ପୂର୍ତ୍ତି ହୋଇଯାଇଛି ହେଲେ ସାଧାରଣ ନିର୍ବାଚନରେ ଯେତେ ପ୍ରତିଶୃତି ଦେଇଥିଲେ ଧିରେ ଧିରେ ପୁରଣ କରିବା ପାଇଁ ଅହରହ ଜାଗ୍ରତ ପହରିପରି ତେବେ ଫୁଲବାଣୀ ବିଜେପି ବିଧାୟକ ଦୁଇଟି ପଦବୀରେ? ତେବେ କ’ଣ ଗୋଟାଏ ପଦବୀ ରୁ କେବେ ଇସ୍ତଫା ଦେବେ ବୋଲି ବିରୋଧୀ ଆଲୋଚନା କରୁଛନ୍ତି।ମୋହନ ଚରଣ ମାଝୀଙ୍କ ସରକାର କୁ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦଳରୁ ଦୁଇଟି ପଦବୀରେ ଥିବା ବ୍ୟକ୍ତିଙ୍କ ଇସ୍ତଫା କେବେ ବୋଲି ସାଧାରଣ ରେ ଚର୍ଚ୍ଚା ବଢୁଛି। ଚକାପାଦ ବ୍ଲକ କାର୍ଯ୍ୟାଳୟ ରେ ଟାୱାର ବସିବ କେବେ ଦୁଇ ସରପଞ୍ଚ ପଦବୀ ଖାଲି ପଡିଛି ପୂରଣ ହେବ କେବେ ଏନେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ହସ୍ତକ୍ଷେପ ଲୋଡୁଛନ୍ତି ଓ ଅପେକ୍ଷାରେ ସାଧାରଣ ଜନତା ଚକାପାଦ ବ୍ଲକ କାର୍ଯ୍ୟାଳୟ ରେ ଟାୱାର ବସିବ କେବେ ଦୁଇ ସରପଞ୍ଚ ପଦବୀ ପୂରଣ ହେବ କେବେ ମୋହନ ଚରଣ ମାଝୀଙ୍କ ସରକାର ଙ୍କ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କେବେ ସାଧାରଣରେ ଦେଖିବାକୁ ବାକି ରହିଲା।
କନ୍ଧମାଳ ଜିଲ୍ଲା ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ