July 26, 2025
Home » ଚକାପାଦ ସଂସ୍କୃତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ -୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ _

ଚକାପାଦ ସଂସ୍କୃତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ -୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ _

0
WhatsApp Image 2025-01-30 at 5.05.04 AM

ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ମହାବିଦ୍ୟାଳୟ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରଥମ ଥର ବି ଜେ ପି ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।ପ୍ରଥମେ ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଉଦ୍ଧେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜର ଅଭିଭାଷଣ କରିଥିଲେ। ଅତ୍ୟନ୍ତ ଗୋରବମୟ ଫୁଲବାଣୀ ବି ଜେ ପି ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଙ୍କ ଦୀର୍ଘ ବର୍ଷ ର ରାଜନୀତି ର ଆଶା ତପସ୍ୟା ଜଣେ ବ୍ୟାଙ୍କ ଅଫିସର ଥିଲେ,ସ୍ବଭାଗ୍ୟ ଜଗନ୍ନାଥ ଙ୍କ ଅସିମକରୁଣାରୁ ଚକାପାଦ ନିଜ ଗାଁ ରୁ , ପ୍ରକାଶ ଥାଉ କି ଫୁଲବାଣୀ ନିର୍ବାଚନ ମଣ୍ଡଳୀ ରେ ଚକାପାଦ ବ୍ଲକ ନଥିଲା, ଚକାପାଦ ବ୍ଲକ ଥିଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ହେଲେ ଚକାପାଦ ବ୍ଲକ ଅଧିନସ୍ଥ ଲାଇନପଡା ରୁ ତିନିଜଣ ସାଂସଦ ଥିଲେ ,ପ୍ରଥମ କଂଗ୍ରେସ ଦଳ ର ସାଂସଦ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାୟକ,ପୁଣି କଂଗ୍ରେସ ରୁ ଶ୍ରୀଯୁକ୍ତ ରାଧାକାନ୍ତ ଦିଗାଲ ,ଓ ଜନତା ଦଳରୁ ଶ୍ରୀଯୁକ୍ତ ଶ୍ରୀବତ୍ସ ଦିଗାଲ।ପ୍ରଥମ ଫୁଲବାଣୀ ବିଜେପି ବିଧାୟକଙ୍କ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରିବା ସ୍ବଭାଗ୍ୟ ଚକାପାଦ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ମହାବିଦ୍ୟାଳୟ ରେ ସମସ୍ତ ସମସ୍ୟା ,ପ୍ରଥମଥର ପାଇଁ ଓଡିଶା ରେ ବିଜେପି ଦଳର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ଦୀର୍ଘ ସାତ ମାସରେ ପ୍ରତିଶୃତି ପ୍ରକାରେ ସରକାର ସିଧାସଳଖ ଭାବେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତେକ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଅଣ୍ଟାଭିଡୁଛି, ବିଧାୟକ ଶ୍ରୀ ମଲିକ କହିଥିଲେ ଯେ ସମସ୍ୟାର ସମାଧାନ ପାଇଁ ମୂଖ୍ୟମନ୍ତ୍ରୀ ଙ୍କ ପାଖରେ ଉପସ୍ଥାପନା କରିବା ସହ ସମସ୍ତଙ୍କ ଉତର କାମନା କରିଥିଲେ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *