December 23, 2025
Home » ଚାଷ ଓ ଚାଷୀ ର ଉନ୍ନତି ପାଇଁ ଦିଶା ନିର୍ଦ୍ଦେଶ ର ବୈଠକ

ଚାଷ ଓ ଚାଷୀ ର ଉନ୍ନତି ପାଇଁ ଦିଶା ନିର୍ଦ୍ଦେଶ ର ବୈଠକ

0
WhatsApp Image 2025-12-06 at 12.46.53 PM

ସୁବର୍ଣ୍ଣପୁର — ଚାଷ ଓ ଚାଷୀ ର ଉନ୍ନତି ପାଇଁ ଦିଶା ନିର୍ଦ୍ଦେଶ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ମାହେଶ୍ୱରୀ ସଂସ୍କୃତି ଭବନ ବୌଦ୍ଧ ରେ ଜ଼ିଲ୍ଲା ର ସାତ ଟି କୃଷକ ଉତ୍ପାଦକ ସଂଗଠନ ( ଏଫ. ପି. ଓ ) ର 24 ଜଣ ଉପସ୍ଥିତ ଥିଲେ lବୌଦ୍ଧ ଜ଼ିଲ୍ଲା ରେ ଚାଷଓ ଚାଷୀ ର ଉନ୍ନତି ନ ହେବା କଥା ବହୁ ମାତ୍ରା ରେ ଦାଦନ ଯିବାର ର ମୂଳ କାରଣ ଖୋଜିବା ପାଇଁ ତର୍ଜମା ଓ ଆଲୋଚନା ହୋଇଥିଲା l ଯେହେତୁ ଖରିଫ ଚାଷ ଉପରେ ସମସ୍ତ ଚାଷୀ ନିର୍ଭର କରନ୍ତି l କିଛି ବର୍ଷ ହେଲା, ଧାନ ବିହନ ର 1001, 1009, 1061, BB – 1 ଫେଲ, ଓ ପୂଜା ମିଶ୍ରି ବିହନ ଯୋଗୁଁ, ଚାଷୀ ଫେଲ ମାରୁଛି l ଏଥିପାଇଁ ବରିଷ୍ଠ ବିଶାରଦ ତଥା ଜାତୀୟ ଧାନ ଗବେଷଣା କେନ୍ଦ୍ର ବିଦ୍ୟାଧରପୁର,କଟକ ଙ୍କ ସଙ୍ଗେ ଯୋଗାଯୋଗ କରି ନିଷ୍କର୍ଷ ବାହାର କରି କେଉଁ ଜମିରେ କେଉଁ ବିହନ ଚାଷୀ କରିବ ଜଣାଇବା ଆବଶ୍ୟକ ବୋଲି KVK ପାଲଝlର ତରଫରୁ ସଚେତନ କରାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି lସବୁ ସ୍ଥାନରେ ଡ଼ାଳୁଅ ଧାନ ଚାଷ ମଧ୍ୟ ହୋଇ ପାରୁନାହିଁ lସେଥିପାଇଁ ରବି ଫସଲ, ପନିପରିବା ଚାଷ, ତୈଳ ବୀଜ ଚାଷ, ମାଛ ଚାଷ ଓ ଗୋପାଳନ ଆଦି ସରକାରଙ୍କ ର ଯୋଜନା ଅନୁସାରେ ଦୃଷ୍ଟି ଦେବା ଆବଶ୍ୟକ l କିନ୍ତୁ ସରକାରୀ କର୍ମଚାରୀଙ୍କର ଉଦାସୀନତା ତଥା ଅନାଗ୍ରହ ଯୋଗୁଁ ସରକାର ଙ୍କ ର ଯୋଜନା ଚାଷୀ ପାଖରେ ପହଂଚି ପାରୁନାହିଁ l ମାଛ ଚାଷ ନାଁ ରେ ପ୍ରାୟ ଚାଷ ଜମି ନଷ୍ଟ ହେଉଛି l ମାଛ ଚାଷ ନାହିଁ ପୋଖରୀ କାମକୁ ଆସୁନାହିଁ l ଯୋଜନା ଫେଲ ମାରିଛି ଏଠାରେ l ଵାଣିଶ୍ରୀ FPO ର ମଞ୍ଜୁ ଦିଦି ମତ ରଖିଲେ ଯେ ସରକାର ଙ୍କ ର ଯୋଜନା ରେ ଅଣଧାନ ସମ୍ପର୍କୀୟ କାର୍ଯ୍ୟକ୍ରମ ( CDP ) କୁପରିଦର୍ଶନ ତଦାରଖ ମେସିନ କୁ ସ୍ଥାପନ କରିବା କଥା ତାହା ହୋଇ ପାରୁନାହିଁ କି ଜ଼ିଲ୍ଲା ର କୃଷି ଅଧିକାରୀ ଙ୍କୁ ଫୋନ୍ କଲେ ମଧ୍ୟ ଉତ୍ତର ମିଳୁ ନାହିଁ l ଯାହା ଦ୍ୱାରା ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ଯୋଜନା ଫେଲ ମାରୁଛି lବିନା କାରଣ ରେ ଜାଗା ମାଡି ବସିଛି l ଯାହା କି ଏକ ମୁଣ୍ଡ ବଥା ର କାରଣ ଅଟେ lCommunity based Organisation ( CBO )ର ମଧ୍ୟ ସମାନ ଅବସ୍ଥା lମାଧପୁର ରେ ଉଦ୍ୟାନ କୃଷି ବିଭାଗ ତରଫରୁ 30 କୁଇଣ୍ଟାଲ ଆଳୁ ବିହନ ନଷ୍ଟ ହେବାକୁ ବସିଲାଣି l ଚାଷୀ ଙ୍କୁ ଆଳୁ ବିହନ ଦେଉନାହାନ୍ତି କି ଆଳୁ ଚାଷ ପାଇଁ ଆଉ ସମୟ ନାହିଁ l ଶେଷରେ ତାହା ହାଟ ରେ ବିକ୍ରି ହେବ l ସରକାରଙ୍କର ଆଳୁ ମିଶନ ଯୋଜନା ଫେଲ ହେବl ନିଶ୍ଚିତ lସାଲୁଁକି ଏଫ. ପି. ଓ ର ଅବସରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ କହିଲେ ଯେରାଜ୍ୟ ବିହନ ନିଗମ ର ବିହନବିଶାରଦ ଅଫିସର ଓ ବିହନ ମାନ ନିର୍ଦ୍ଧାରଣ ଅଫିସର ବିହନ ପାଇଁ ଉପଯୁକ୍ତ ଧାନ କୁ ପ୍ରୋସେସିଂ ପାଇଁ ଜାତୀୟ ବିହନ ଗବେଷଣା କେନ୍ଦ୍ର କଟକ କୁ ଚୟନ କରିବା ପାଇଁ ପଠାଇବା କଥା lଏହା କରା ନ ଯାଇ ଧାନ ବିହନ ମିଶ୍ରିତ ବିହନ ବଣ୍ଟନ କରାଯଉଛି l ଗଡଜାତ ଏଫ. ପି. ଓ ର ସୀତାକାନ୍ତ କହିଲେ ଯେ ଭ୍ରମ୍ୟମାଣ ମୃତ୍ତିକା ପରୀକ୍ଷା ଭେନ କୁ ତ୍ବରାନ୍ବିତ କରି କୀଟନାଶକ ସିଞ୍ଚନ କରିବା ପାଇଁ ଡ୍ରୋନ ର ବ୍ୟବହାର ସରକାର ଙ୍କ ଯୋଜନା ଥାଇ ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ lଵାଣିଶ୍ରୀ ଏଫ ପି ଓ ର ମଞ୍ଜୁ ଦିଦି ଙ୍କ ମତ ଅନୁସାରେ ଜ଼ିଲ୍ଲା ର ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ତଥା ଡି.ଡି. ଏମ, ନାବାର୍ଡ ଙ୍କୁ whatsaap group ରେ ଯୋଡ଼ା ଯାଉ l ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ଜ଼ିଲ୍ଲା ମହୋତ୍ସବ ରେ 4 ତାରିଖ ରେ ହୋଇଥିବା ଥିବା କୃଷି ସମ୍ପର୍କିତ କର୍ମଶାଳାରେ 200 ଗ୍ରାମାଞ୍ଚଳ ଚାଷୀଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଯୋଜନା ହୋଇଥିଲା lଏଣୁ ଏବେଠୁ ସମସ୍ତ ଏଫ. ପି. ଓ. ଚାଷୀଙ୍କୁ ଚୟନ କରି ଆଣିବା ପାଇଁ ଆବାହକ କୃତିବାସ ପଲିଆ ଦାବି ଉପସ୍ଥାପନା କରିଥିଲେ lଏହି କାର୍ଯ୍ୟକ୍ରମ ରେ ସମସ୍ତ କୃଷି ସମ୍ପର୍କିତ ରାଜ୍ୟ ନିର୍ଦ୍ଦେଶକ, Principal Seretary ଓ ଡି. ଡି. ଏମ, ନାବାର୍ଡ ଙ୍କୁ ଯୋଗାଯୋଗ କରିବା ପାଇଁ ଆଲୋଚନl ହୋଇଥିଲା lଆଗାମୀ ଦିନରେ ମିଟିଙ୍ଗ,ଟ୍ରେନିଙ୍ଗ, ଏକ୍ସପୋଜର ପରିଦର୍ଶନ ତଥା ଅଧିବେଶନ କୁ ଓଡ଼ିଆ ରେ ଲେଖି ସାତ ଦିନ ମଧ୍ୟରେ ଦିଆଯାଉ ଓ ତାକୁ କାର୍ଯ୍ୟକାରୀ କରାଯିବାକୁ ମତ ପ୍ରକାଶ ପାଇଥିଲା l
ସରକାର ଙ୍କ ସମସ୍ତ ଯୋଜନା ତଳ ସ୍ତରରେ ଚାଷୀଙ୍କ ପାଖରେ ପହଞ୍ଚୁ ଏଥିପାଇଁ ଆଲୋଚନା କରାଯାଇ ସମସ୍ତ ସରକାରୀ ଅଧିକାରୀ ତତ୍ପର ହୋଇ 3 ମାସ ମଧ୍ୟରେ ସରକାରୀ ଯୋଜନା ଚାଷୀ ଙ୍କ ପାଖରେ ପହଂଚାଇବା ପାଇଁ କୃଷି ସମ୍ପର୍କିତ ସମସ୍ତ ଅଧିକାରୀ ତତ୍ପର ରହିବାକୁମତ ପ୍ରକାଶ ପାଇଛି l2016 ମସିହାରେକେନ୍ଦ୍ର ସରକାର ଏଫ. ପି. ଓ ଗଠନ କରିଥିଲେ l ସରକାରଙ୍କ ଯୋଜନା ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାର୍ଯ୍ୟକାରୀ ଓ ସହଯୋଗ କରିବାରେ ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି lଏଫ. ପି. ଓ ଙ୍କ ବର୍ତ୍ତମାନ 3 ମୁଖ୍ୟ ସମସ୍ୟା ଉପରେ ଆଲୋଚନା ହେଲା l ସରକାରଙ୍କ ଯୋଜନା ବାବଦରେ ଅଭିଜ୍ଞ ବିଶାରଦ ପ୍ରଶିକ୍ଷକ ଦ୍ୱାରା ପ୍ରଶିକ୍ଷଣ କରାଯିବା,
ଓ ଆର୍ଥିକ ସହଯୋଗ ର ମାଧ୍ୟମ ଠିକ କରିବା l KVK ପାଲଝlର ଦ୍ୱାରା ହୋଇଥିବା ବିଗତ 2 ଟି ମିଟିଙ୍ଗ ଓ ଟ୍ରେନିଙ୍ଗ ରେ ଜ଼ିଲ୍ଲା ର ସମସ୍ତ କୃଷି ସମ୍ପର୍କିତ ଅଧିକାରୀ ଅନୁପସ୍ଥିତ ଥାଇ ଓ 11 ଟି ଏଫ. ପି. ଓ ଙ୍କ ମଧ୍ୟ ରୁ 6 ଟି ଏଫ. ପି. ଓ. ଙ୍କୁ ଡକାଯାଇ ବୈଠକ କରାଯାଇଥିଲା l
ଏହା ଏକ କାମଚଳl ମିଟିଙ୍ଗ ଓ ଟ୍ରେନିଙ୍ଗ ବୋଲି ହୃଦୟଙ୍ଗମ ହେଉଛି ଓ ଚାଷୀ ପ୍ରତି ଅବମାନନା ମନେ କରି କ୍ଷୋଭ ପ୍ରକାଶ ପାଇଛି l
ପଲ୍ଲୀ ବିକାଶ ଏଫ. ପି. ଓ ଦେଇଥିବା ନର୍ସରୀ ପ୍ରୋଜେକଟ ପ୍ରପୋଜାଲ କୁ ସରକାର ଙ୍କ ଯୋଜନା ଥାଇ ମଧ୍ୟ ଉପ ନିର୍ଦ୍ଦେଶକ ଉଦ୍ୟାନ ଅଧିକାରୀ ନ ପଠାଇ ରଖିଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି ଓ ଗତ ତା. 28.11.25 ମିଟିଙ୍ଗ ରେ ପଲ୍ଲୀ ବିକାଶ ଏଫ. ପି. ଓ କୁ ସାତ ଦିନ ମଧ୍ୟ ରେ ଫେରାଇ ଦେବାକୁ ମତ ପ୍ରକାଶ ପାଇଥିଲା l ଏହା ଚାଷୀ ପ୍ରତି ହୀନ ମାନ୍ୟତା ଓ ଅସହଯୋଗ ମନେ କରାଯାଇଥିଲା l ସେ ଫେରାଇ ଦେବୁ ବୋଲି ମଧ୍ୟ୍ କଥା ଦେଇଥିଲେ lଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗତ ତା. 28.11.25 ରେ ବ୍ୟବହାର ରେ ଚାଷୀ ଙ୍କ ପ୍ରତି ଶାଳୀନତା ର ଅଭାବ ପାରିଲକ୍ଷିତ ଅନୁଭବ ହୋଇଥିଲା lସମସ୍ତେ ମୀଟିଙ୍ଗ ଶେଷରେ କରିଥିଲେ ଯେ, ଆଉ ଏ.ଡି. ଚ, ସମ୍ମିଳନୀ କକ୍ଷ ରେ, କୌଣସି ବୈଠକ କୁ, କୌଣସି ଚାଷୀ ଆସିବେ ନାଇଁ l କାରଣ, ଶୌଚାଳୟ ଟି ଅପରିଷ୍କାର ଓ ଇନଫେକ୍ସନ ପ୍ରବଣ ଥିଲା l
ମା, ଭଉଣୀ ଙ୍କୁ ରୋଗ ହୋଇଯିବ lଜ଼ିଲ୍ଲାପାଳ ଙ୍କ ଆଗ୍ରହ ଅନୁସାରେ, ଖବର କାଗଜ ରେ ବାହାରୁ ଥିବା ସମସ୍ତ ପ୍ରକାଶିତ ସମ୍ବlଦକୁ, ସରକାରୀ କର୍ମଚାରୀ ଗୁରୁତ୍ୱ ଦେବାକୁ ଆଲୋଚନା ହେଲା lଆଗାମୀ ଦିନରେ, ଏଫ. ପି. ଓ ସାର ଲାଇସେନ୍ସ କରିଥିଲେ ମଧ୍ୟ, ବିଗତ ଦିନରେ ଦିଆଯାଉଥିବା ସାର କୁ ଆଉ ଏଫ. ପି. ଓ ମାଧ୍ୟମରେ ଚାଷୀ ଙ୍କୁ ଦିଆଯିବ ନାହିଁ ବୋଲି ଶୁଣିବାକୁ ମିଳୁଛି l ତେଣୁ, କୃଷି ସମ୍ପର୍କିତ ଅଧିକାରୀ ଓ ଜ଼ିଲ୍ଲାପାଳ ଙ୍କୁ ଅନୁରୋଧ ଯେ, ଏହାକୁ ସମାଧାନ ର ବାଟ ବାହାର କରିବା ପାଇଁ ଆଲୋଚନା ହେଲା l ଯାହାଦ୍ୱାରା ସାର କଳା ବଜାରୀ କମିବ lଚାଷୀ ଓ ଏଫ. ପି. ଓ ଙ୍କ ର କୌଣସି ଟ୍ରେନିଙ୍ଗ ଓ ମୀଟିଙ୍ଗ ରୁ ସରକାରୀ ଅଧିକାରୀ, ଚାଷୀ ଙ୍କୁ ଅଧା ରୁ ଛାଡ଼ି ଚାଲି ଯିବା, ଏହା, ଚାଷୀ ଙ୍କୁ ଅବମାନନା ଓ ହେୟ ଜ୍ଞାନ ର ନମୁନା ବୋଲି ମତ ପ୍ରକାଶ ପାଇଲା lପଲ୍ଲୀ ବିକାଶ, ହରଭଙ୍ଗା ବ୍ଲକ, ର ବି ଟୁ ବି ମୀଟିଙ୍ଗ, ରେ ସରକାରଙ୍କର scheem ଥାଇ ମଧ୍ୟ, ତାଙ୍କର, ଭେନ କୁ ମିଲକ ଭେନ କରିବା ପାଇଁ, ପ୍ରସ୍ତାବ ଦେଇଥିଲେ lତା. 30.10.25 ରେ ସେ ବିଷୟରେ, ପଲ୍ଲୀବିକାଶ ଏଫ. ପି. ଓ., ଉପସ୍ଥାପନା କରିବା ସମୟରେ, ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସକ, ମୀଟିଙ୍ଗ କଷ୍ୟ ଛାଡ଼ି ଚାଲି, ଯାଇଥିଲେ l ଏହା ଅଭାଦ୍ରାମୀ ର ନମୁନା ନୁହେଁ କି ?ତା. 30.10.25 ଓ ତା. 28.11.25 ର ଅଧିବେଶନ କୁ ସାତ ଦିନ ମଧ୍ୟରେ, ଓଡ଼ିଆ ରେ ଲେଖି ସମସ୍ତ ଏଫ. ପି. ଓ,ଡିନ, ଓ. ୟୁ. ଏ. ଟି, ( ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ), ଜ଼ିଲ୍ଲାପାଳ ଓ ରାଜ୍ୟ ସରକାର ଙ୍କୁ ପ୍ରେରଣ କରିବା ପାଇଁ KVK ର ବରିଷ୍ଠ ବୈଜ୍ଞାନିକ ଙ୍କୁ ଅନୁରୋଧ କରାଯାଇଛି l ମିଳିଥିଲେ ଏଫ. ପି. ଓ. ଫେଡେରେସନ ର ବୈଠକ ରେ ତର୍ଜମା ହୋଇଥାନ୍ତା l
ଯଦି, ଚାଷ, ଚାଷୀ, ତଥା ଏଫ. ପି. ଓ ଙ୍କୁ ସରକାରୀ ଅଧିକାରୀ ସହଯୋଗ କରିବେ ନାହିଁ ତାହାହେଲେ ଆଗାମୀ ଦିନରେ, କୌଣସି ମୀଟିଙ୍ଗ ଓ ଟ୍ରେନିଙ୍ଗ କୁ ଡାକିଲେ କେହି ଉପସ୍ଥିତ ହେବେ ନାଇଁ ମତ ପ୍ରକାଶ ପାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *