ଚୋରା ଗଞ୍ଜେଇ ଚାଲାଣ ମାମଲା ରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସୁବର୍ଣ୍ଣପୁର — ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ 9 କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଏଥିରେ ବ୍ୟବହୃତ ହୋଇଥିବା ଏକ ବୋଲେରୋ ପିକଅପ ଗାଡିକୁ ଜବତ କରିଥିଲେ l ଏଥିସହ ଚୋରା ଗଞ୍ଜେଇ କାରବାର ରେ ସମ୍ପୃକ୍ତ ଥିବା ତିନି ଜଣ ଆସାମୀ ଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି l ଘଟଣା ରୁ ପ୍ରକାଶ ଯେ ଗତକାଲି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବୁର୍ଡl- ଅର୍ଜୁନପୁର ରାସ୍ତା ର ରାଣୀସର୍ଡl ଛକ ନିକଟରେ ଦୃତ ଗତିରେ ଆସୁଥିବା ଏକ ବୋଲେରୋ ପିକଅପ ଗାଡିକୁ ଅଟକାଇଥିଲେ l ପରେ ଯାଞ୍ଚ କରାଯିବାରୁ ବୋଲେରୋ ପିକଅପ ( ନମ୍ବର OD =03 AB 9281) ଗାଡ଼ିରୁ ବିପୁଳ ପରିମାଣ ର ଗଞ୍ଜେଇ ଥିବା ଜଣାପଡିଥିଲା l ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ତରଭା ଅତିରିକ୍ତ ତହସିଲଦାର ଦିପ୍ତିମୟୀ ଭୁଏ ଙ୍କ ଉପସ୍ଥିତି ରେ ଜବତ ହୋଇଥିବା ଗଞ୍ଜେଇ କୁ ଓଜନ କରାଯିବାରୁ ତାହା 9 କୁଇଣ୍ଟାଲ 35 କେଜି 140 ଗ୍ରାମ ହୋଇଥିଲା l ଗଞ୍ଜେଇ କୁ 930 ଟି ପେକେଟ କରି ରଖାଯାଇଥିଲା l ତରଭା ଥାନା କେସ ନମ୍ବର 178/18/7/2025 U/s-20( b)(ii)(c)/25/29 NDPS Act – 1985 ଆଧାର ରେ ଏକ ମାମଲା ରୁଜୁ କରାଯାଇଥିଲା l ଏସ ଆଇ ରବିନ୍ଦ୍ର ସାହୁ ଘଟଣା ର ତଦନ୍ତ ଦାୟିତ୍ୱ ରେ ଥିଲେ l ଏହି ଚୋରା ଗଞ୍ଜେଇ କାରବାର ରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଝାରତରଭା ଗ୍ରାମର 1-ରମାକାନ୍ତ ନାଏକ ( 25),ପିତା – ସାଧୁ, 2-ସୁଜିତ ନାଏକ (23 )ପିତା – ଅଚିନ୍ତ ଓ 3– ଜୟଦ୍ରଥ ଦଳବେହେରା ( 27 ) ପିତା – ଦିଲ୍ଲୀପ ଙ୍କୁ ଗିରଫ କରାଯାଇ ଆଜି ( 19/7/25 ) କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l ଏ ନେଇ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଦେଇ ବଲାଙ୍ଗୀର – ବରଗଡ, ସମ୍ବଲପୁର ଓ ଛତିଶଗଡ କୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..