December 21, 2025
Home » ଛତ୍ରପୁରରେ ଦଳୀୟ କଂଗ୍ରେସ୍ ପକ୍ଷରୁ ବନ୍ଧୁମିଳନ ସମାରୋହ

ଛତ୍ରପୁରରେ ଦଳୀୟ କଂଗ୍ରେସ୍ ପକ୍ଷରୁ ବନ୍ଧୁମିଳନ ସମାରୋହ

0
WhatsApp Image 2024-11-21 at 3.48.51 PM

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀଙ୍କ ସମାବେଶ ମଧ୍ୟରେ ଏକ ବନ୍ଧୁମିଳନ ସମାରୋହ ସମାଜସେବୀ ତଥା ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶତାଧିକ କର୍ମୀଙ୍କ ସମ୍ମିଳନୀ ସ୍ଥାନୀୟ ବାଟ-ଛତ୍ରପୁର ସ୍ଥିତ ବ୍ୟଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା । ଏହି ସମାରୋହରେ ବରିଷ୍ଠ କଂଗ୍ରେସ ନେତା ତଥା ଛତ୍ରପୁର ର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ଯୋଗଦେଇ କଂଗ୍ରେସ ଦଳର ବହୁ ପୁରାତନ ଛତ୍ରପୁର ଇତିହାସ ସହ ସ୍ୱର୍ଗୀୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ବନ୍ଧୁମିଳନ ସମାରୋହର ମୁଖ୍ୟ ଆୟୋଜକ ତଥା ଆବାହକ ଭାଗିରଥି ବେହେରା ଆଗାମୀ ଦିନରେ କଂଗ୍ରେସ ଦଳର ସ୍ଥାନ ଦଖଲ ନିଶ୍ଚିତ ରହିଛି, ତେଣୁ ସମସ୍ତେ ଏକତ୍ରିକରଣ ସହ ବଦ୍ଧପରିକର ହେବାକୁ ଆହ୍ବାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ ପ୍ରଧାନ, (ରମ୍ଭା), ଭଗବାନ ବେହେରା, ଅଶୋକ ପଟ୍ଟନାୟକ, ଗଣପତି ବାରିକ୍, ଗୁରୁ ନାଥ ରେଡ୍ଡୀ, ଏନ୍.ଗଣେଶ ରେଡ୍ଡୀ (ଗଞ୍ଜାମ), ଭୋକାଲି ସେଠୀ, ଈଶ୍ୱର ଦଳେଇ, କାଳିଆ ରାଉଳ, କାଳୀ ଚରଣ ତ୍ରିପାଠୀ, ଉଦୟ ନାଥ ପାତ୍ର, ଟି. କ୍ରିଷ୍ଣା ରେଡ୍ଡୀ, ମହେଶ୍ୱର ଗୌଡ଼, ଜଲାଲ ଖାନ୍, ଇଜୁ ଆମିନ୍ ଖାନ୍, ଚକ୍ରପାଣି ପଲେଇ, ରଞ୍ଜିତ ରଥ ପ୍ରମୁଖ ବହୁ ଦଳୀୟ ନେତା,ସଂଗଠନ କର୍ମୀ ଗଣ ଯୋଗଦେଇ ଆଗାମୀ ଭବିଷ୍ୟତ କୁ ଆଖିଆଗରେ ରଖି ଦଳ କୁ ମଜବୁତ୍ କରିବା ନିମନ୍ତେ ସମସ୍ତେ ଏକତା ବଜାୟ ରଖିବାକୁ ଶପଥ କରିଥିଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *