March 15, 2025
Home » ଛତ୍ରପୁର ଏନ୍.ଏ.ସି. ବୈଠକରେ ତାତିଲେ କାଉନସିଲର ! ନିର୍ବାହୀ ଅଧିକାରୀ ଙ୍କୁ କଡା-ସମାଲୋଚନା !!

ଛତ୍ରପୁର ଏନ୍.ଏ.ସି. ବୈଠକରେ ତାତିଲେ କାଉନସିଲର ! ନିର୍ବାହୀ ଅଧିକାରୀ ଙ୍କୁ କଡା-ସମାଲୋଚନା !!

0

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍.ଏ.ସି.ର ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବର୍ତ୍ତମାନ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସରେ ଠିକ୍ ଭାବେ ରହୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୁଏ । ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ଏନ୍.ଏ.ସି. ର ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହେଇଥିଲା । ପୁରୁଣା କାର୍ଯ୍ୟଗୁଡ଼ିକ ଖୁବ୍ ଶୀଘ୍ର ସମ୍ପନ୍ନ କରିବା ଦିଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ସକ୍ରୀୟ ହେଉନାହାଁନ୍ତି । ସମସ୍ତ ୧୪ ଟି ୱାର୍ଡ଼ ଗୁଡ଼ିକରେ ଚାଲିଥିବା ବିଭିନ୍ନ କାର୍ଯ୍ଯ ଗୁଡ଼ିକ କିପରି ଚାଲିଛି, ସେ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳ ଗୁଡ଼ିକ ଅନୁଧ୍ୟାନ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ଏବଂ କାଉନସିଲରମାନଙ୍କ ସହ ଯୋଗାଯୋଗ କରିବାରେ , ଘନିଷ୍ଠ ସମ୍ପର୍କତା ଭିତ୍ତିରେ ସହଯୋଗ ରକ୍ଷାରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ବୈଠକରେ କାଉନସିଲର କେ.ରମେଶ ପ୍ରତିବାଦ କରିଥିଲେ । ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯେମିତି ସହଯୋଗ ରକ୍ଷାକଲା ଭଳି ଏ ସାର୍ କରୁନଥିବା ବୈଠକରେ କାଉନସିଲରମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅର୍ପଣରଥ ପରିକ୍ରମଣ ର ଖର୍ଚ୍ଚ ଓ ହିସାବ କଥା ମଧ୍ୟ କାଉନସିଲରେ ମତ ଉଠି ଥିଲା ।

ପ୍ରକାଶ ଥାଉକି, ସହରରେ ନାଳ, ରସ୍ତାଘାଟ, ପୋଖରୀ ଖନନ ଓ ତାହାର ପୁନଃରୁଦ୍ଧାର କାର୍ଯ୍ଯ, ମାର୍କେଟ କମ୍ପ୍ଲେକ୍ସ, ଭେଣ୍ଡିଂଜୋନ୍ ଆଦି ଅଧାପନ୍ତରିଆ ହୋଇ କାର୍ଯ୍ୟ ଚାଲୁ ରହିଛି । ବୈଠକରେ ନିର୍ବାହୀ ଅଧିକାରୀ ଙ୍କୁ କଡା-ସମାଲୋଚନା କରିଛନ୍ତି । ସାର୍ ଅଫିସ୍ ରେ ଠିକ୍ ଭାବେ ରହୁ ନାହାଁନ୍ତି ବୋଲି ଚେୟାରମ୍ୟାନ ଆଗରେ କାଉନସିଲର କେ.ରମେଶ ଙ୍କ ସମେତ ଅନ୍ୟମାନେ ଦୃଢ଼ ମତବ୍ୟକ୍ତ କରିଛନ୍ତି ଏବଂ କାଉନସିଲରମାନେ ଅସନ୍ତୋଷର କ୍ଷୋଭ ପ୍ରକାଶ କରିଥିବା ଦେଖାଦେଇଛି । ସାର୍ ଆସିବା ଦିନ ଠାରୁ ଏନ୍.ଏ.ସି. ର ସବୁ କାର୍ଯ୍ଯ ଢିଲା ହୋଇ ପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ ଛତ୍ରପୁର ଏନ୍.ଏ.ସି. କୁ ପରିବର୍ଦ୍ଧିତ ସହରରେ ପରିଣତ କରିବା ପାଇଁ ବହୁ ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗ କୁ ନଥିପତ୍ର ଦାଖଲ କରାଯାଇଛି । ପ୍ରଶାସନର ଅନୁମୋଦନ ପତ୍ର ଦାଖଲ ପ୍ରକ୍ରିୟା ସରିଯାଇଥିବା ସାଂଗକୁ ଚଳିତ ୨୦୨୪ ସଧାରଣ ନିର୍ବାଚନ ପୂର୍ବରୁ ରାଜ୍ଯ ସରକାର ଛତ୍ରପୁର ଏନ୍.ଏ.ସି. କୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଥିଲେ ସୁଦ୍ଧା ଏଯାବତ୍ ଏହା ମ୍ୟୁନିସିପାଲଟି ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିବା ଏକ ବିଡମ୍ବନା ର ବିଷୟ ହୋଇଛି । ଏ ଦିଗରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଚେୟାରମ୍ୟାନ ତଥା କାଉନସିଲ ଏବଂ ଛତ୍ରପୁର ସହରର ନେତୃବର୍ଗ ଙ୍କ ଇଚ୍ଛାଶକ୍ତି ର ଅଦ୍ଭାବ ଦେଖାଯାଇଥିବା ନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।।

Leave a Reply

Your email address will not be published. Required fields are marked *