December 22, 2024
Home » ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟ ର ୩୨ ତମବାର୍ଷିକ ଉତ୍ସବ ପାଳିତ !

ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟ ର ୩୨ ତମବାର୍ଷିକ ଉତ୍ସବ ପାଳିତ !

0

ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୨ ତମ ବାର୍ଷିକ ଉତ୍ସବ ଗୁରୁବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ମାନ୍ୟବର ବିଧାୟକ ମହୋଦୟ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥୂ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମହାପୁରୁଷ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେବା ସତ୍ତ୍ବେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ଵ ଅର୍ଜ୍ଜନ କରିଥିବା ବିଦ୍ୟାର୍ଥୀ ଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ର ଅତିରିକୁ ଜିଲ୍ଲାପାଳ ଡ଼ଃ.ପ୍ରମୋଦ କୁମାର ପୃଷ୍ଟି , ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ( ବ୍ରହ୍ମପୁର ) ର ଉପ-ସଚିବ ଡ଼ଃ. କୁଳମଣି ଓଝା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଅନେକ ଦିଗଦର୍ଶନ ଦେଇଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅନୁଷ୍ଠାନ ର ବିବାରାଣୀ ପାଠ କରିଥିଲେ । ମୁଖ୍ୟଅତିଥି ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନ ର ଭିତ୍ତିଭୂମି କୁ ଅନୁଧ୍ୟାନ କରିଥିବା ସାଂଗକୁ ଏହି ମହାବିଦ୍ୟାଳୟର ବିବଧ ଉନ୍ନତି କରିବା ଦିଗରେ ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ଅତିରିକୁ ଜିଲ୍ଲାପାଳ ମହୋଦୟ ଶିକ୍ଷା ର ମୌଳିକତାକୁ ନିଜ ଜୀବନରେ ସଠିକ ବ୍ୟବହାର କରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିବାବେଳେ ସମ୍ମାନୀତ ଅତିଥି ଡ଼ଃ. ଓଝା ଛାତ୍ରୀମାନଙ୍କୁ ଶିକ୍ଷିତ ହେବା ସହିତ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଶ୍ରୀମତୀ ପ୍ରମିତା ଚୌଧୁରୀ ସାଂସ୍କୃତିକ ପ୍ରତିଯୋଗିତା ଏବଂ କୃତ୍ତିତ୍ଵ ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ଙ୍କ ନାମ ଘୋଷଣା କରିଥିଲେ । ଅଧ୍ୟାପିକା ଜ୍ୟୋସ୍ନାରାଣୀ ବେହେରା କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କ ନାମ ଘୋଷଣା କରିଥିଲେ I ଅନୁଷ୍ଠାନ ର ପ୍ରତିଷ୍ଠିତ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟନାରାୟଣ ସାମନ୍ତରାୟ ଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପିକା କୀରଣବାଳା ରଥ ଙ୍କ ପରିଚାଳନାରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିଥିମାନେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *