ଛାତ୍ରୀ ଓ ମହିଳା ଅତ୍ୟାଚାର ବିରୋଧରେ ଯୁବ ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଖୋଲା ଚିଠି
ପାରାଦ୍ୱୀପ -ରାଜ୍ୟରେ ଛାତ୍ରୀ ଓ ମହିଳା ବିରୋଧୀ ହିଂସା ତଥା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ବିରୋଧରେ ବିଜେଡି ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପି ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଓ ଯୁବ ନେତୃତ୍ୱଙ୍କ ମାଧ୍ୟମରେ ଆନ୍ଦୋଳନ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପାରାଦ୍ୱୀପ ମହାବିଦ୍ୟାଳୟ ସମୁଖରେ ଯୁବନେତା ତଥା ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଓ ଯୁବ ନେତୃତ୍ୱ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଖୋଲା ଚିଠି ପଠାଇଛନ୍ତି l ଯୁବନେତା ଆଲୋକ ତାଙ୍କ ଅଭିଭାଷଣରେ ଅଭିଯୋଗ କହିଥିଲେ ଯେ ଗତ ୧୩ ମାସ ବିଜେପି ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିବା ସହ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଛି l ରାଜ୍ୟରେ ଛାତ୍ରୀଛାତ୍ରୀ ମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପାସ ମଧ୍ୟରେ ସୁରକ୍ଷିତ ନାହାନ୍ତି l ବିଭିନ୍ନ ଛାତ୍ରୀ ନିବାସ ରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି l ଛାତ୍ରଛାତ୍ରୀ ମାନେ ଆସୁରିକ୍ଷିତ ହୋଇପଡୁଥିବା ବେଳେ ରାଜ୍ୟରେ ବିଜେପି ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି l ଗୋପାଳପୁର ଗଣ ଦୁଷ୍କର୍ମ, ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଙ୍କ ଉଦାସୀନତା ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟ ବ୍ୟାପି କଲେଜ ମାନଙ୍କ ସମ୍ମୁଖରେ ପ୍ରତିବାଦ କରାଯିବା ସହ ଦଳ ତରଫରୁ ବାଲେଶ୍ୱର ବନ୍ଦ, ୩ ଆର ଡି ସି ଅଫିସ ଘେରାଉ, ଲୋକସେବା ଭବନ ଘେରାଉ କରାଯାଇଥିଲା l ଥାନାଅଧିକାରୀ ଓ ଏସପି ଙ୍କୁ ଭେଟି ରାଜ୍ୟରେ ଆଇନି ଶୃଙ୍ଖଳା, ନାରୀ ଓ ଛାତ୍ରୀ ଙ୍କୁ ସୁରକ୍ଷା ପ୍ରଦାନ ସମ୍ପର୍କ ରେ ଡିଜି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ତେବେ ଆଉ ଏକ ପାହାଚ ଆଗେଇ ଆଜି ପାରାଦ୍ୱୀପ କଲେଜ ର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଖୋଲା ଚିଠି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପାରାଦୀପ ବିଜେଡି ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ ନିକଟରେ ଘଟିଥିବା ଘଟଣା କୁ ନେଇ ଓଡିଶା ଜାତୀୟ ଓ ଅlନ୍ତରଜାତୀୟ ସ୍ତରରେ ଲଜ୍ଜା ଓ ନିନ୍ଦା ପାଇଛିବୋଲି କହିଥିଲେ l ଆମେରିକା ଅଫିସ ରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡଭାଇଜର ରେ ଓଡିଶା ସମେତ ୬ ଟି ରାଜ୍ୟ କୁ ନ ଯିବା ପାଇଁ ଏହାର ନାଗରିକ ମାନଙ୍କୁ କୁହାଯାଇଛି l ବିଶେଷ କରି ନାରୀ ଅସୁରିକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହା ବାରଣ କରାଯାଇଥାଏ l ଏହା ଏକ ବ୍ୟବସ୍ଥା ଗତ ବିଫଳତା l ଅନ୍ୟମାନଙ୍କ ମଧ୍ୟରେ ପାରିଷଦ ଅଜିତ ଷଡ଼ଙ୍ଗୀ,ସୁଶାନ୍ତ ଦାସ,ଜଗନ୍ନାଥ ରାଓ,ନବକିଶୋର ବେହେରା ଙ୍କ ସମେତ ବିଜୁ ଯୁବ ଜନତା ଦଳ ର ଉପସଭାପତି ତପନ ନାୟକ, ସରୋଜ ପରିଡା, ବାଦଲ ମହାନ୍ତି,ସାଧାରଣ ସମ୍ପାଦକ, ବିଶ୍ବଜିତ ରାଉତ, ଦିବ୍ୟଜ୍ୟୋତି ଲେଙ୍କା, ନିରଞ୍ଜନ ବଳ, ସମ୍ପାଦକ ମିଲନ ରାଉତରାୟ, ଶାରଦା ପ୍ରସାଦ ସ୍ୱାଇଁ, ବିକାଶ ପାଲ, ବାବୁ ଜେନା, ତପନ ମଣ୍ଡଳ , ଲାଟୁନ ରାଉତ, ମଣ୍ଟୁ ବାବୁ,କଲେଜ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ନାୟକ, ରଶ୍ମିତା ସ୍ୱାଇଁ ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
