July 4, 2025
Home » ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

0
WhatsApp Image 2025-04-24 at 8.55.37 PM

ଜଗତସିଂହପୁର: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର , ଶ୍ରୀ ଜ୍ୟୋତି ଶଙ୍କର ରାୟ ଦୁର୍ଘଟଣା ର କାରଣ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରି ତାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ଏବଂ ନିୟମ ଉଲ୍ଲଂଘନ କରିଲେ ଜୋରିମାନା ସହ ଲାଇସେନ୍ସ ରବ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା, ଉପ-ଜିଲ୍ଲାପାଳ,ଜଗତସିଂହପୁର, ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର, ଶ୍ରୀ ସତ୍ୟବ୍ରତ ଦାଶ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦୀପ, ଶ୍ରୀ ସ୍ମୃତି ରଞ୍ଜନ କର ଉପସ୍ଥିତ ରହି ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା, ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ଦୁର୍ଘଟଣାର ପ୍ରମୁଖ କାରଣ ।ତେଣୁ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ଲାକ ସ୍ପଟ୍ ଚିହ୍ନଟ ଉପରେ ଗୁରୁତ୍ବ ଦେବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ପରାମର୍ଶ ଦିଆଯାଇଥିଲା।ରାସ୍ତା ରେ ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇ ଥିଲା। ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ, ନାଇଟ ପାଟ୍ରୋଲିଂ,ମଦ୍ୟପାନ କରି ସହରରେ ନିଶା ଶକ୍ତ ଅବସ୍ଥା ରେ ବୁଲୁଥିବା ଯୁବ ପୀଢ଼ି ଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା , ଲାଇସେନ୍ସ ପ୍ରଦାନ ସମୟରେ କଠୋର ନିୟମ ଲାଗୁ କରିବା,ଜଗତସିଂହପୁର ପୌରାଞ୍ଚଳ ର ମୁଖ୍ୟ କେନାଲ ଉପରେ ପାର୍କିଂ ବା ଗିଭ ଓ୍ବେ ର ସାଇନେଜ ,ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା। ଆହୁରି ମଧ୍ଯ ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ଯ୍ୟକାରିତା ବିଷୟ ରେ ଆଲୋଚନା କରା ଯାଇଥିଲା।
ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ବୈଠକ ରେ ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *