ଜନ୍ମେଜୟ ପାତ୍ରଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ସେ ମଣିଷ ପରି ମଣିଷ ଥିଲେ….
ଧର୍ମଗଡ଼ ସାହିତ୍ୟ ସଂସଦ ଆନୁକୁଲ୍ୟରେ ସ୍ବର୍ଗତ ଜନ୍ମେଜୟ ପାତ୍ରଙ୍କର ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ପାତ୍ର କେବଳ ଛାତ୍ରବତ୍ସଳ ଉତ୍ତମ ଶିକ୍ଷକ ନଥିଲେ ସେ ଥିଲେ ମଣିଷ ପରି ମଣିଷ ଟିଏ।ସାହିତ୍ୟ କ୍ଷେତ୍ରରେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ। ସୃଜନଶୀଳତା ଓ ସରଳତା ତାଙ୍କର ଭୂଷଣ ଥିଲା। ଶିକ୍ଷାଧିକାରୀ ଭାବରେ ତାଙ୍କର କାର୍ଯ୍ୟ ଶୈଳୀ ଅତୁଳନୀୟ।

ଜଣେ ପ୍ରବୀଣ ଶିକ୍ଷକ, ଭାଷା ସାହିତ୍ୟ ରେ ଗଭୀର ଜ୍ଞାନ ଥିବା ଜଣେ ସୁସାହିତ୍ୟିକ ତଥା ଜଣେ ସ୍ନେହୀ, ମିଷ୍ଟ ଭାଷୀ, ଅମାୟିକ ବ୍ୟକ୍ତିତ୍ଵ ରୂପେ ଅଞ୍ଚଳରେ ସେ ନିଜସ୍ଵ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏପରି ଏକ ବାଗ୍ମୀ ପ୍ରତିଭାର ଅଧିକାରୀଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରଥମେ ସ୍ବର୍ଗତ ଜନ୍ମେଜୟ ପାତ୍ରଙ୍କର ଫଟୋଚିତ୍ରରେ ପୁଷ୍ପାର୍ପଣ ପରେ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇ ସ୍ମୃତି ଚାରଣ କରାଯାଇଥିଲା।ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଆଇନଜୀବୀ ଚିନ୍ତାମଣି ପାତ୍ର,ଡାକ୍ତର ଅଜିତ କୁମାର ନେଗୀ, ରାଜେନ୍ଦ୍ର ଭୋଇ, ବଙ୍କିମ ମୁଣ୍ଡ, ରାଜେଶ ମୁଣ୍ଡ, ନୃସିଂହାନନ୍ଦ ସାସମଲ, ସୁଧିର କୁମାର ମେହେର,ବିଶ୍ବପତି ମୁଣ୍ଡ, ଅକ୍ଷୟ କୁମାର ପଟ୍ଟନାୟକ,ଗଣପତି ବାଗ, ଜଗନ୍ନାଥ ଠାକୁର, ମୋହନ ଚରଣ ବିଷି , ଲକ୍ଷ୍ୟପତି ନାଏକ, ଚନ୍ଦ୍ରନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ସାହୁ ସଭା ପରିଚାଳନା କରିଥିବା ବେଳେ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
