ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ବିଶିଷ୍ଟ ସମାଜ ସେବୀ ମାତାଦିନ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧନା l

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ୬୫ଜଣ ଅସହାୟ ବୃଦ୍ଧବୃଦ୍ଧା ଓ ମହିଳା ଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ଶ୍ରୀକ୍ଷେତ୍ର ଦର୍ଶନ ସୁଯୋଗ ଦେବା ରେ ସକ୍ଷମ ହୋଇପାରିଛି ମାତାଦିନ ଅଗ୍ରୱାଲ ଫାଉଣ୍ଡେସନ ଟ୍ରଷ୍ଟ । ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲା ପୁରୁଣାକଟକ ସହର ର ମାତାଦିନ ଅଗ୍ରୱାଲ ଫାଉଣ୍ଡେସନ ଟ୍ରଷ୍ଟ ନିଜସ୍ୱ ଉଦ୍ୟମରେ ପ୍ରତିବର୍ଷ ଜିଲ୍ଲା ର କିଛି ଅସହାୟ ମହିଳା ଓ ବୃଦ୍ଧବୃଦ୍ଧା ଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ଶ୍ରୀକ୍ଷେତ୍ର ଜଗା ଦର୍ଶନ ପାଇଁ ସୁଯୋଗ ଦେଇଥାନ୍ତି l ଚଳିତ ବର୍ଷ କୁ ମିଶାଇ ୧୦ବର୍ଷ ହେଲା ଟ୍ରଷ୍ଟ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରେ ଥିବା ସମ୍ପୂର୍ଣ୍ଣ ଅସହାୟ ବୃଦ୍ଧବୃଦ୍ଧା ଓ ଅଳ୍ପ ବୟସ ର ବିଧବା ମହିଳା ୬୫ଜଣଙ୍କୁ ଚିହ୍ନଟ କରାଯାଇ ଶଙ୍ଖ କ୍ଷେତ୍ର ବୁଲିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଯେଉଁମାନ ଙ୍କ ପକ୍ଷରେ କେବେ ପୁରୀ ଯିବା ସମ୍ଭବ ନୁହେଁ ସେଭଳି ଅସହାୟ ମହିଳା ଓ ବୃଦ୍ଧବୃଦ୍ଧା ଙ୍କୁ ଟ୍ରଷ୍ଟ ପକ୍ଷରୁ ତୀର୍ଥ ଯାତ୍ରା ର ସୁଯୋଗ ପ୍ରଦାନ କରାଯାଉଛି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ତିନି ଦିନିଆ ଏହି ତୀର୍ଥ ଭ୍ରମଣ କାର୍ଯ୍ୟକ୍ରମ ରେ ତୀର୍ଥଯାତ୍ରୀମାନେ ଶଙ୍ଖକ୍ଷେତ୍ର, ଅର୍କକ୍ଷେତ୍ର, ଲିଙ୍ଗରାଜ, କପିଳାସ ଭଳି ତୀର୍ଥସ୍ଥାନ ପରିଭ୍ରମଣ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସେପଟେ ଆମକୁ ଜଗନ୍ନାଥ ଦର୍ଶନ ର ସୁଯୋଗ ଦେଇଥିବାରୁ ଟ୍ରଷ୍ଟ ର କର୍ମକର୍ତ୍ତା ଓ ମୁଖ୍ୟ ମାତାଦିନ ଅଗ୍ରୱାଲ ଙ୍କୁ ଅସହାୟ ବୃଦ୍ଧବୃଦ୍ଧା ମହିଳାମାନେ ଧନ୍ୟବାଦ ଜଣାଇଥିଲେ l ସେହିପରି ମାତାଦିନ ଅଗ୍ରୱାଲ ଙ୍କ ଏଭଳି ସେବା ମୂଳକ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ପ୍ରେରଣା ଦାୟୀ ହୋଇଥିବା ବେଳେ ଅଗ୍ରୱାଲ ଅଞ୍ଚଳ ର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପ୍ରତିବର୍ଷ ସହାୟତା ପ୍ରଦାନ, ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟ ଗୁଡିକ ରେ ସାହାଯ୍ୟ ର ହାତ ବଢ଼ାଇ ଆସୁଥିବାରୁ ଏଭଳି ସମାଜ ସେବୀ ଙ୍କୁ ହରଭଙ୍ଗା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଭୈରବୀ କ୍ଳବ ରେ ଗତକାଲି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସେବା ସହ ମାନପତ୍ର ଆସୋସିଏସନ ପକ୍ଷରୁ ତାଙ୍କର ପୁତ୍ର ବଧୂ ଙ୍କୁ ପ୍ରଦାନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସଭାପତି ସୁକାନ୍ତ ପଟ୍ଟନାୟକ ଙ୍କ ସହ ଶାଶ୍ୱତ ଦାସ, ବିଭୁଦତ୍ତ ବୋଷ,ଅକ୍ଷୟ ମହାକୁଡ଼, ବାସୁଦେବ ସାହୁ, କୁମୁଦ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର