May 9, 2025
Home » ଜ଼ିଲ୍ଲା ସ୍ତରୀୟ ଆଧାର ମନିଟରିଙ୍ଗ କମିଟୀ ବୈଠକ ଅନୁଷ୍ଠିତ l

ଜ଼ିଲ୍ଲା ସ୍ତରୀୟ ଆଧାର ମନିଟରିଙ୍ଗ କମିଟୀ ବୈଠକ ଅନୁଷ୍ଠିତ l

0
WhatsApp Image 2024-07-31 at 2.31.28 PM (1)

 

ବୌଦ୍ଧ – ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅତିରିକ୍ତ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ଆଧାର ନୋଡାଲ ଅଫିସର ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଆଧାର ମନିଟରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ନୂତନ ଆଧାର ପଞ୍ଜିକରଣ, ଆଧାର ସଂଶୋଧନ, ପାଞ୍ଚ ବର୍ଷ ରୁ ଉର୍ଦ୍ଧ୍ୱ ଶିଶୁ ମାନଙ୍କର ବାୟୋମେଟ୍ରିକସ ଆଧାର ଅପଡେସନ , ଜ଼ିଲ୍ଲା ର ସମସ୍ତ ବ୍ଲକ ମାନଙ୍କ ରେ ଆଧାର କେନ୍ଦ୍ର ସ୍ଥାପନ, ମୋବାଇଲ ନମ୍ବର ଅପଡେସନ, ଆଧାର ସହିତ ମୋବାଇଲ ନମ୍ବର ସଂଯୋଗୀକରଣ, ଜନ୍ମ ହେବା ପରେ ଶିଶୁ ର ଆଧାର ପଞ୍ଜିକରଣ,ଅନ୍ୟାନ୍ୟ ସମସ୍ତ ପ୍ରକାର ଆଧାର ସମସ୍ୟା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜିକରଣ,ଅଙ୍ଗନବାଡି କେନ୍ଦ୍ର, ପି. ଡ଼ି. ଏସ. କେନ୍ଦ୍ର ରେ ଶିବିର କରାଯାଇ ଆଧାର ପଞ୍ଜିକରଣ କୁ ତ୍ୱରାନ୍ୱିତ କରିବା ପାଇଁ ଜ଼ିଲ୍ଲା ଶିକ୍ଷା ଅଧିକାରୀ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବେସାମରିକ ଯୋଗାଣ ଅଧିକାରୀ ତଥା ଅନ୍ୟ ଅଧିକାରୀ ମାନଙ୍କୁ ଜ଼ିଲ୍ଲା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l

ଏଥିସହ ଜ଼ିଲ୍ଲା ରେ ବକେୟା ରହିଥିବା ଆଧାର ପଂଞ୍ଜିକରଣ କୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣ ଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଆସାଧୁ ଉପାୟ ରେ ଆଧାର କାର୍ଡ କାଢିବା,ଭୁଲ ତଥ୍ୟ ଦେଇ ଆଧାର କାର୍ଡ ପ୍ରସ୍ତୁତି କରାଯିବା,ଆଧାର କାର୍ଡ ପାଇଁ ଅଧିକ ଅର୍ଥ ଆଦlୟ କରାଗଲେ ତା ଉପରେ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡ଼ି. ଏସ. ପି. ଙ୍କୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜ଼ିଲ୍ଲା ଶିକ୍ଷା ଅଧିକାରୀ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ଜ଼ିଲ୍ଲା ଇ ଗଭାର୍ନେନ୍ସ ମ୍ୟାନେଜର ସମୀର କୁମାର ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ ବିଭାଗ ) ତୃପ୍ତିମୟୀ ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *