ଜାତିବାଦ ଛାଡ଼ି ଜାତୀୟ ଏକତା ପାଇଁ ଉଦ୍ୟମ : ୨୫ ତମ ଭାରତୀ ଉତ୍ସବ : ୨୫ ଜାତି ସମାଜ ସମ୍ବର୍ଦ୍ଧିତ
ସମ୍ବଲପୁର : ଭାରତୀ ସମାଜ ପକ୍ଷରୁ ୨୫ ତମ ଭାରତୀ ଉତ୍ସବ ସମ୍ବଲପୁର ସ୍ଥାନୀୟ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଭାରତୀ ସମାଜର କ୍ଷେତ୍ରୀୟ ସଂଯୋଜକ ଡ. ସ୍ବୟଂ ପ୍ରକାଶ ପଣ୍ଡା ସଂଯୋଜନା କରିଥିଲେ । ଉତ୍ସବରେ ଛତିଶଗଡ଼ର ସାମାଜିକ କାର୍ଯ୍ୟକର୍ତ୍ତା ତଥା ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ବିଦ୍ୟାଭୂଷଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ଭିନ୍ନତା ମଧ୍ୟରେ ଏକତା ଭାରତର ପରିଚୟ । ସବୁ ଜାତି ସମାଜକୁ ଏକଜୁଟ କରିବା ପାଇଁ ଭାରତୀ ସମାଜର ଉଦ୍ୟମ ପ୍ରଶଂସନୀୟ ।

ଏହି ଅବସରରେ ଭାରତୀ ସମାଜର ସଞ୍ଚାଳକ ଭବାନୀଶ ଭୋଇ ବିଗତ ବର୍ଷରେ ଭାରତୀ ସମାଜ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ସୁଚନା ଦେବା ସହ ଦେଶ ବିଦେଶରେ ଥିବା ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ପାଇଁ ଭାରତୀ ସମାଜର ଉଦ୍ୟମ ବିଷୟରେ କହିଥିଲେ । ଭାରତୀ ସମାଜର ବରିଷ୍ଠ ସଦସ୍ୟ କାର୍ତ୍ତିକ ପ୍ରସାଦ ବହିଦାର ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ମଞ୍ଚାସୀନ ଥିଲେ । ଚଳିତ ବର୍ଷ ୨୫ ତମ ଭାରତୀ ଉତ୍ସବ ଅବସରରେ ୨୫ ଟି ଜାତି ସମାଜକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ସମାଜର କର୍ମକର୍ତ୍ତା ମାନେ ଭାରତୀ ଉତ୍ସବ ଆୟୋଜନକୁ ପ୍ରଶଂସା କରିଥିଲେ । ଜାତି ଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ ସହ ଭାରତୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ନେଇ ଭାରତୀ ସମାଜ ଚେଷ୍ଟା ରଖିବାକୁ ମତ ପ୍ରକାଶ ପାଇଥିଲା ।

ଏହି କାର୍ଯକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲା ଏବଂ ଅନ୍ୟ ରାଜ୍ୟର ପ୍ରତିନିଧିମାନେ ସାମିଲ ଥିଲେ । ଭାରତୀ ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରସିଦ୍ଧ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ମଜା କଥା କହି ଉପସ୍ଥିତ ସମସ୍ତଙ୍କର ମନୋରଞ୍ଜନ କରି ଲୋକଙ୍କ ଶ୍ରଦ୍ଧା ସାଉଁଟିଥିଲେ । ସମ୍ବଲପୁର ଘାଁସି ସମାଜ, ମୁଣ୍ଡା ସମାଜ, ତିଅର ସମାଜ, ଶ୍ରୀ ଗୁଜରାତୀ ସମାଜ, ସମ୍ବଲପୁର, ଜୟନ୍ତପୁର ମହାଖଲା, ସମ୍ବଲପୁର, ମଧୁବୈଶ୍ୟ (ଗୁଡ଼ିଆ) ସମାଜ, ପାଣ୍ଡରା ସମାଜ , ଶିଖ ସମାଜ, ରବିଦାସ ସମାଜ, କରଣ ସମାଜ, ତୁରୀ ସମାଜ, ଖଣ୍ଡାୟତ ସମାଜ ,ଚଷା ସମାଜ, କେଉଁଟ( କୈବର୍ତ୍ତ) ସମାଜ, ରଜକ ସମାଜ, ମେହେର ଭୁଲିଆ ସମାଜ ସମ୍ବଲପୁର, କୁଲତା ସମାଜ ସମ୍ବଲପୁର, ଖଡିଆ ସାଂସ୍କୃତିକ ସେବା ସମାଜ, ସମ୍ବଲପୁର ମୁସଲିମ ସମାଜ, ଗୌଡ ସମାଜ, ଗଣ୍ଡା ସମାଜ କଲ୍ୟାଣ ପରିଷଦ, ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ପ୍ରଭୃତି ୨୫ ଟି ସମାଜକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାସହ ଦେବଗଡ଼ରୁ ବିପ୍ରଚରଣ ଜୟପୁରୀଆ, ବଲାଙ୍ଗୀରରୁ ଭୋଲାରାମ କୁମ୍ଭାର, ରାଉରକେଲାରୁ ରମେଶ ସୁନା, ବରଗଡ଼ରୁ ଜଗନ୍ନାଥ କୁମ୍ଭାର, ସମ୍ବଲପୁରରୁ ଅରୁଣ ସୂରଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ, ସହ-ସଞ୍ଚାଳକ ଜୟପାଳ ବାଗ, ଅଶୋକ ତ୍ରିପାଠୀ, ସୁରେନ୍ଦ୍ର ବଗର୍ତ୍ତୀ, ଗୋପବନ୍ଧୁ ସେନାପତି, ଗଦାଧର ନିଆଲ, ଶେଖର ସାହାଣୀ, ବିରଞ୍ଚି ନାରାୟଣ ନାୟକ, ରାଜେଶ ସ୍ବାଇଁ, ଦଶରଥ ମେହେର, ସୁଷମା ପ୍ରଧାନ, ଲଲିତା ଭୋଇ ପ୍ରମୁଖଙ୍କ ସହ ଭାରତୀ ସମାଜ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
