December 21, 2025
Home » ଜାତୀୟ ଗଣିତ ଦିବସ  ପାଳିତ

ଜାତୀୟ ଗଣିତ ଦିବସ  ପାଳିତ

0
WhatsApp Image 2024-12-22 at 2.14.10 PM

ସୁବର୍ଣ୍ଣପୁର –ଭାରତର ପ୍ରସିଦ୍ଧ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା କର୍ଯ୍ୟାଳୟ  ତରଫରୁ ପଞ୍ଚାୟତ ନୋଡାଲ  ଉଚ୍ଚ ବିଦ୍ୟାଳୟ , ଧର୍ମଶାଳା ଠାରେ ପାଳିତ ହୋଇ ଯାଇଛି | ପ୍ରଥମେ  ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା,କୁଇଜ୍ ଓ ପୋଷ୍ଟର ତିଆରି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଏବଂ ବକୃତାରେ  ଦିପ୍ତିମୟୀ  ପଧାନ , ମିଳନ କୁମ୍ଭାର , ପୂର୍ଣ୍ଣିମା ସାହୁ କୁଇଜ୍ ରେ  କାହ୍ନା କିଶୋର ମେଣ୍ଲି ଓ ପୋଷ୍ଟର ତିଆରି ରେ ଓମପ୍ରକାଶ ବାରିକ,କାଜଲ ଦାଶ ଓ ପ୍ରିୟଙ୍କା ବିଶି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲୋ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ମୂଖ୍ୟ ଅତିଥି ରୁପେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଗଣିତ ଦିବସର ମହତ୍ତ୍ୱ ବିଷୟରେ କହିବା ସହ ବିଦ୍ୟାଳୟରେ କିପରି ଗଣିତ ଶିକ୍ଷା କୁ ଆହୁରି ସମୃଦ୍ଧ କରିବା ପାଇଁ  ଆହ୍ୱାନ ଦେଇଥିଲେ ଓ କୃତୀ ଛାତ୍ର   ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ  | ମୁଖ୍ୟ ବକ୍ତା ରୁପେ  ସରକାରା  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଆମ୍ବଗାଁ ,ବୌଦ୍ଧ ର ପ୍ରଧାନ ଶିକ୍ଷକ ସୁକଦେବ ପଣ୍ଡା ଯୋଗ ଦେଇ ରାମାନୁଜନ ଙ୍କ ଗାଣିତିକ ଯାତ୍ରା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ବିଜ୍ଞାନ ତତ୍ତ୍ବାବଧାରକ ପର୍ଶୁରାମ ମେହେର ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୂର୍ଷୁଣ୍ଢି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀ , ଓ ସାଧନ କର୍ମୀ ରୁପେ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଦାଶ, ବିଜ୍ଞାନ ଶିକ୍ଷକ ଶ୍ୟାମସୁନ୍ଦର ପାତ୍ର ,ବଡ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ପମୂଖ ଛାତ୍ର ଛାତ୍ରୀ  ମାନଙ୍କୁ ଗଣିତ କୁ କିପରି ଆୟତ୍ତ କରି ହେବ ସେ କୌଶଳ ମାନ ଆଲୋଚନା କରିଥିଲେ । ବିଦ୍ୟାଳୟର ର ବିଜ୍ଞାନ ଶିକ୍ଷୟିତ୍ରୀ ସୁମତୀ ଆଚାର୍ଯ୍ୟ ସଭା ସଂଯୋଜନା କରିବା ବେଳେ ବରିଷ୍ଟ ଶିକ୍ଷୟତ୍ରୀ ସତ୍ୟଭାମା ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ କଳ୍ପନା ମିଶ୍ର , ଲିଙ୍ଗରାଜ ମେହେର ,ଡିଲେଶ୍ଵରୀ ଷାଣ୍ଢ ,ପମୋଦ କୁମାର ରାଉତ,ଶତୃଘ୍ନ କର୍ମୀ, ଭାରତୀ ମିଶ୍ର, ପ୍ରଭାତୀ ପୁରୋହିତ , ଚାରୁ  ସଂଘମିତ୍ରା ତ୍ରିପାଠୀ ,ତାରାଚାନ୍ଦ ମେହେର ,ଅମିତାଭ ମହାକୁର  କାର୍ଯ୍ୟକୁମ ପରିଚାଳନା କରିଥିଲେ ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *