ଜାତୀୟ ଚେତନାର ସମ୍ପାଦକକୁ ବର୍ଷର ଶ୍ରେଷ୍ଠ ଓଡ଼ିଶାର ସାମ୍ବାଦିକ ଭାବେ ଦିଲ୍ଲୀରେ ସମ୍ମାନିତ
ଭୁବନେଶ୍ବର: ମିଡ଼ିଆ ଫେଡେରେସନ ଅଫ୍ ଇଣ୍ଡିଆ ତରଫରୁ ନୂଆ ଦିଲ୍ଲୀର ବି ଏସ୍ ଜେଡ ରୋଡସ୍ଥିତ ପିରେଲାଲ – ଗାନ୍ଧୀ ମେମୋରିଆଲ ହଲ୍ (ଆଇ ଟି ଓ) ଠାରେ ଫେଡେରେସନର ରାଷ୍ଟ୍ରୀୟ ସଭାପତି ଅରୁଣ ଶର୍ମାଙ୍କ ସଭାପତିତ୍ବରେ ବିଭିନ୍ନ ପର୍ଯ୍ୟାୟରେ ଆୟୋଜିତ ୨୦ ତମ “ମିଡିଆ ଏକ୍ସଲେନ୍ସି ଆୱାର୍ଡ” ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ଜାତୀୟ ବିଦ୍ୟୁତ୍ ଗଣମାଧ୍ୟମର ଶ୍ରୀବର୍ଦ୍ଧନ ତ୍ରିବେଦୀ, ସଞ୍ଜୟ ଦ୍ଵିବେଦୀ, ପ୍ରତୀକ ତ୍ରିବେଦୀ ପ୍ରଦ୍ଵୀପ ପ୍ରଜ୍ଜ୍ଵଳନ କରି ସଭାକୁ ଉଦଘାଟନ କରିଥିଲେ l ତାଙ୍କ ଅଭିଭାଷଣରେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ଏହା ଗଣତନ୍ତ୍ରର ସୁରକ୍ଷା କବଚ ଭାବେ କାର୍ଯ୍ୟ କରେ। ସାମ୍ବାଦିକମାନଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରାଗଲେ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି ହେବା ସହ ଦେଶରେ ଅରାଜକତାର ପରିସ୍ଥିତି ଦେଖାଦେଇପାରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଓଡ଼ିଶାର ଅନ୍ୟତମ ଅଗ୍ରଗଣ୍ୟ ସମ୍ବାଦପତ୍ର ‘ଜାତୀୟ ଚେତନା’ର ସମ୍ପାଦକ ତପନ ବିହାରୀ ଭଞ୍ଜଙ୍କୁ “ବର୍ଷର ଶ୍ରେଷ୍ଠ ଓଡ଼ିଶା ସାମ୍ବାଦିକ” ସମ୍ମାନରେ ଭୂଷିତ କରାଯାଇଥିଲା। ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍, ପ୍ରବୀଣ ସାମ୍ବାଦିକ, କର୍ପୋରେଟ ହାଉସର ପ୍ରତିଷ୍ଠାତା, ଶିକ୍ଷାବିତ୍ ମାନେ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ l ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ଛଅ ଶହରୁ ଅଧିକ ପତ୍ରକାର ତଥା ବରିଷ୍ଠ ସାମ୍ବାଦିକ ଯୋଗଦାନ କରିଥିଲେ, ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଶ୍ରୀ ଭଞ୍ଜ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନେ କୌଣସି ପରିସ୍ଥିତିରେ କାହା ସହିତ ସାଲିସ୍ ନ କରି ସତ୍ୟ ଓ ନୀତିର ପକ୍ଷରେ ଦୃଢ଼ତାର ସହିତ ସାମନା କରିବାପାଇଁ ଆହ୍ଵାନ ଦେଇଥିଲେ। ସତ୍ୟନିଷ୍ଠ ଓ ନିର୍ଭୀକ ସାମ୍ବାଦିକତା ହିଁ ସମାଜକୁ ସଠିକ ଭାବେ ଦିଗ୍ ଦର୍ଶନ ଦେଇପାରିବ ବୋଲି ଶ୍ରୀ ଭଞ୍ଜ ମତ ପ୍ରଦାନ ଦେଇଥିଲେ।ଉଲ୍ଲେଖନୀୟ ଯେ ଶ୍ରୀ ଭଞ୍ଜ ଙ୍କୁ ମିଡିଆ ଫେଡରେସନ ଅଫ୍ ଇଣ୍ଡିଆର ଓଡିଶା ଶାଖାର ସଭାପତି ଭାବେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିବାରୁ ତାଙ୍କୁ ଅତିଥି ମାନଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା l ଏହି ଅବସରରେ ଓଡିଶା ମିଡିଆ ଫେଡରେସନ ଅଫ୍ ଓଡିଶା ତରଫରୁ ତପନ ବିହାରୀ ଭଞ୍ଜ ଓ ଗୌର ଚନ୍ଦ୍ର ମହାପାତ୍ର ଫେଡେରେସନର ସର୍ବ ଭାରତୀୟ ସଭାପତି ଅରୁଣ ଶର୍ମାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଜଗନ୍ନାଥ ଓ କୋଣାର୍କର ତୈଳଚିତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l
ଶେଷରେ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟ ସହ ଆକର୍ଷଣୀୟ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
