ଜାତୀୟ ଭୋଟର ଦିବସ ୨୦୨୬ ପାଳନ ପାଇଁ ପ୍ରସ୍ତୁତି ବୈଠକ
x
ଜାତୀୟ ଭୋଟର ଦିବସ ୨୦୨୬ ପାଳନ ପାଇଁ ୧୩.୦୧.୨୬ ତାରିଖ ଅପରାହ୍ନ ୪ଟାରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଏଡିଏମ୍ କୋରାପୁଟଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।୨୦୨୬ ମସିହାର ଜାତୀୟ ଭୋଟର ଦିବସର ବିଷୟବସ୍ତୁ ହେଉଛି (“Nothing Like Voting, I Vote for Sure.”)”ଭୋଟ ଦେବା ଠାରୁ ବଡ଼ କିଛି ନାହିଁ, ମୁଁ ନିଶ୍ଚିତ ଭାବରେ ଭୋଟ ଦେବି।” ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ଦିବସର ଲକ୍ଷ୍ୟ ଭୋଟରଙ୍କୁ ସମ୍ମାନିତ କରିବା ଏବଂ ଭୋଟର ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସ ପାଳନ କରାଯାଏ। ଜାନୁଆରୀ ୨୫ ୨୦୨୬ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏବଂ ଡିଜିଟାଲ୍ ପ୍ରସାର ମାଧ୍ୟମରେ ବିଶେଷକରି ଯୁବପିଢ଼ି ଏବଂ ପ୍ରଥମ ଥର ପାଇଁ ଭୋଟରଙ୍କ ମଧ୍ୟରେ ଭୋଟର ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ସହ ଏଥିମଧ୍ୟରୁ ଏକ ପ୍ରତିଜ୍ଞା ସମାରୋହ, ନୂତନ ମତଦାତାଙ୍କୁ EPIC ବଣ୍ଟନ, ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ କରିବା ସହ ସଚେତନତା ମୂଳକ ସଭା କାର୍ଯ୍ୟକ୍ରମ କରିବା ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହେଵ ବୋଲି ସ୍ଥିର ହୋଇଥିଲା। ଏଥିସହ ସର୍ବୋତ୍ତମ ନିର୍ବାଚନୀ ଅଭ୍ୟାସ ପାଇଁ ଶ୍ରେଷ୍ଠ ବି ଏଲ ଓ ଙ୍କୁ ପୁରସ୍କୃତ ବା ଜାତୀୟ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ଭୋଟଦାନକୁ ଏକ ଅଧିକାର ଏବଂ ଦାୟିତ୍ୱ ଉଭୟ ଭାବରେ ଉପସ୍ଥାପିତ କରାଯାଇଛି।
ଆଜିର ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ଥିଲେ I ଆଜିର କାର୍ଯ୍ୟକ୍ରମକୁ ଡେପୁଟି କଲେକଟର ମଙ୍ଗଳ ଚରଣ ବାସ୍କେ ପରିଚଳନା କରିଥିଲେ I
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
