ଜାତୀୟ ରାଜପଥ ନିର୍ମାଣରେ ଜିପସମ ବ୍ୟବହାରକୁ ନେଇ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ସମାଜସେବୀ
ପାରାଦ୍ୱୀପ – ପାରାଦ୍ୱୀପ ଜାତୀୟ ରାଜପଥ ନିର୍ମାଣରେ ବ୍ୟାପକ ଅନିୟମିତତା ପରିଲଖିତ ହେବାରେ ଲାଗିଛି। କୁଜଙ୍ଗ ତହସିଲ ଅଞ୍ଚଳ ଅଧୀନସ୍ଥ ୨୯ମୌଜା ଅଞ୍ଚଳରେ ପ୍ରବାହିତ ସାହେରପେଣ୍ଠ ମସ୍ଚ୍ୟଡିଆର ଅଂଶବିଶେଷ ଉଦୟବଟ ମୌଜା ନଦୀସ୍ୱତ୍ୱ ଉପରେ ନଦୀଜଳ ସହିତ ଭୂତଳଜଳ ନଷ୍ଟକାରୀ ବିଷାକ୍ତ ପଦାର୍ଥ ଜିପସମ ଦ୍ୱାରା ଜଳପଥକୁ ପୋତେଇ କାର୍ଯ୍ୟ ଚାଲୁଅଛି।

ଏଭଳି ବେଆଇନି କାର୍ଯ୍ୟକୁ ନିନ୍ଦା କରିଵା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିମିତ୍ତ ପରିବେଶବିତ ସମାଜସେବୀ ସୁଶାନ୍ତ ଶେଖର ସ୍ୱାଇଁ ମାନବିକ ଅଧିକାର କମିଶନରଙ୍କ ନିକଟରେ ଆବେଦନ କରିଥିଲେ। ମାନ୍ୟବର କମିଶନର ଉକ୍ତ ସମ୍ବେଦନଶୀଳ ବିଷୟକୁ ବିଚାରକୁ ନେଇ ଗତ ତା ୦୩-୧୧-୨୫ରିଖରେ କେସ ନଂ ୪୦୪୮/୨୦୨୫ରେ ଜିଲ୍ଲାପାଳ, ଜଗତସିଂହପୁର ଠାରୁ ସ୍ପଷ୍ଟୀକରଣ ପାଇଁ ଆଦେଶନାମ ଜାରି କରିଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ kela
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
