February 23, 2026
Home » ଜାତୀୟ ସ୍ତରରେ ଭାରତୀୟ ତଟ ରକ୍ଷକ ପ୍ରତିଷ୍ଠା ଦିବସର ପାଳନ

ଜାତୀୟ ସ୍ତରରେ ଭାରତୀୟ ତଟ ରକ୍ଷକ ପ୍ରତିଷ୍ଠା ଦିବସର ପାଳନ

0
WhatsApp Image 2025-01-31 at 3.36.19 PM

ପାରାଦୀପ, ୩୧ ଜାନୁଆରୀ ୨୦୨୫। ଭାରତୀୟ ତଟ ରକ୍ଷକ (ଆଇସିଜି) ୦୧ ଫେବୃଆରୀ ୨୦୨୫ ରେ ତାର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, ଯାହା ପ୍ରାୟ ପାଞ୍ଚ ଦଶକର ଦେଶ ପ୍ରତି ସମର୍ପିତ ସେବାକୁ ଚିହ୍ନଟ କରିଥାଏ। ୧୯୭୭ରେ କେବଳ ସାତଟି ଜଳ ଜାହାଜ ସହ ଆରମ୍ଭ ହୋଇଥିବା ଭାରତୀୟ ତଟ ରକ୍ଷକ ବଳ ବର୍ତ୍ତମାନ ୧୫୧ଟି ଜଳ ଜାହାଜ ଏବଂ ୭୬ ଟି ବିମାନ ସମେତ ଭାରତର ଏକ ଅଗ୍ରଣୀ ଶକ୍ତିରୂପେ ପରିଣତ ହୋଇଛି। ୨୦୩୦ ସୁଦ୍ଧା, ଭାରତୀୟ ତଟ ରକ୍ଷକ ୨୦୦ଟି ଜଳ ଜାହାଜ ଏବଂ ୧୦୦ଟି ବିମାନ ର ଅଧି ଗ୍ରହଣ ଲକ୍ଷ୍ୟ ଅଂଶ ସାଧନ କରିବ, ଯାହା ବିଶ୍ୱର ଏକ ଶକ୍ତିଶାଳୀ ତଟ ରକ୍ଷକ ବଳ ଭାବରେ ତା’ର ସ୍ଥାନକୁ ମଜବୁତ କରିବ।

ଭାରତୀୟ ତଟ ରକ୍ଷକ ର ଆଦର୍ଶ ବାକ୍ୟ “ଵୟମ ରକ୍ଷାମଃ” (ଆମେ ସୁରକ୍ଷା କରୁଛୁ) ସହିତ, ଭାରତୀୟ ତଟ ରକ୍ଷକ ଦିନ ବା ରାତିରେ ଭାରତର ସମୁଦ୍ର ଅଞ୍ଚଳର ସୁରକ୍ଷା ଓ ନିରାପତ୍ତା କୁ ସୁନିଶ୍ଚିତ କରୁଛି। ସଂସ୍ଥାପନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ତଟ ରକ୍ଷକ ୧୧୭୩୦ ଟି ଜୀବନକୁ ରକ୍ଷା କରିଛି, ଯାହା ମଧ୍ୟରୁ କେବଳ ଗତ ବର୍ଷ ୧୬୯ଟି ରୁ ଅଧିକ ଜୀବନ ରକ୍ଷା କରିଛି। ଭାରତୀୟ ତଟ ରକ୍ଷକ ବଳ ଗଢ଼ି ଆସିଥିବା ସେବା ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ, ଯାହା ସାଧାରଣତଃ ଏକ ଜୀବନକୁ ପ୍ରତ୍ୟେକ ଦିନ ରକ୍ଷା କରୁଛି। ଭାରତ ର ୪.୬ ମିଲିୟନ କ୍ଷେତ୍ରଫଳ ର ସମୁଦ୍ର ତଳଅଞ୍ଚଳରେ ସୁରକ୍ଷାକୁ ନିଶ୍ଚିତ କରିବାରେ ଭାରତୀୟ ତଟ ରକ୍ଷକ ର ଏହି ଅଭିନବ ଭୂମିକା ସଫଳ ହୋଇଛି। ପ୍ରତିଦିନ ଭାରତୀୟ ତଟ ରକ୍ଷକ ର ୫୫ରୁ ୬୦ଟି ଜଳ ଜାହାଜ ଏବଂ ୧୦ ରୁ ୧୨ ଟି ବିମାନ ବିମାନ ପଇତରା କରି ଆମ ସମୁଦ୍ର ତଟର ସୁରକ୍ଷା ନିର୍ବାହ କରୁଛି। ଏହି ନିରନ୍ତର ତଦାରଖ ଭାରତର ବିଶାଳ ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ଧାରା କୁ ନିଶ୍ଚିତ କରିଥାଏ।

ଖୋଜ ଏବଂ ଉଦ୍ଧାର କାର୍ଯ୍ୟକ୍ରମ ସହ ଭାରତୀୟ ତଟ ରକ୍ଷକ ସମୁଦ୍ରରେ ଅବୈଧ କାର୍ଯ୍ୟକଳାପର ରୋକ୍‌ ଓ ପ୍ରତିରୋଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଭାରତୀୟ ତଟ ରକ୍ଷକ ଗତ ବର୍ଷ ଅଣ୍ଡମାନ ସାଗରରୁ ୬୦୧୬ କିଲୋଗ୍ରାମ ନର୍କୋଟିକ୍ସ ଡ୍ରଗ ଜବତ କରିଥିଲା ଯାହା ଆଜି ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଡ୍ରଗ ଜବତ ଭାବେ ଏକ ରେକର୍ଡ ପଞ୍ଜୀକୃତ ହୋଇଛି। ସମାଜ ଏବଂ ପରିବେଶ ସୁରକ୍ଷାରେ ମଧ୍ୟ ଭାରତୀୟ ତଟ ରକ୍ଷକ ସମ୍ପୁର୍ଣ୍ଣ ଦୃଢତା ପ୍ରତିପୋଷଣ କରୁଛି। ଭାରତୀୟ ତଟ ରକ୍ଷକ ର ୪୯ତମ ପ୍ରତିଷ୍ଠା ଦିବସର ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ତଟ ରକ୍ଷକ ବଳ ଙ୍କୁ ସୁଭେଚ୍ଛା ଜଣାଇ ତାର ଅସାଧାରଣ ଅବଦାନର ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।