July 5, 2025
Home » ଜାନୁଆରୀ ୧୧ରୁ ୧୬ବ୍ରହ୍ମପୁରମହୋତ୍ସବ

ଜାନୁଆରୀ ୧୧ରୁ ୧୬ବ୍ରହ୍ମପୁରମହୋତ୍ସବ

0
WhatsApp Image 2024-12-17 at 1.36.20 PM

ବ୍ରହ୍ମପୁର : ବହୁ ପ୍ରତିକ୍ଷିତ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋତ୍ସବ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଆସନ୍ତା ନୂତନ ବର୍ଷ ରେ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀ ରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ଠାରେ ମହା ସମାହାରରେ ଆୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ରାଜ୍ୟସରକାରଙ୍କ ସା ସ୍କୃତିକ ବିଭାଗ ଦ୍ଵାରା ପ୍ରେରିତ ସମ୍ବଲପୁରୀ, ଧେମସା, ଗୋଟି ପୁଅ, ଛଉ ନୃତ୍ୟ ସହ ଅଞ୍ଚାଲେ ଲୋକ ନୃତ୍ୟ ଓ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦକ୍ଷିଣ ଓଡ଼ିଶା ର ସାମୁହିକ ବିକାଶ ତଥା ପର୍ଯ୍ୟଟନ ସାଂସ୍କୃତିକ ସ୍ବାସ୍ଥ୍ୟ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ମାନ୍ୟବର ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଟ ଗଣ ମାଧ୍ୟମ ,ସାହିତ୍ୟିକ, ଅଭିନେତା ମାନଙ୍କୁ ବିଭିନ୍ନ ଦିନରେ ଅତିଥି ଭାବେ ନିମନ୍ତ୍ରଣ କରାଯିବା ଲକ୍ଷ୍ୟ ରଖାଯାଇଛି ମହୋତ୍ସବ କୁ ପ୍ରସାଶନିକ, ପୋଲିସ, ମହାନଗର ନିଗମ ଓ ସମସ୍ତଙ୍କ ସହୋଜୋଗରେ ଜାତୀୟ ସ୍ତରରେ ପରିଚିତ କରାଯିବ ବୋଲି ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରକାଶ କରିଛନ୍ତି।
ବିଭିନ୍ନ କିଷମ ର ୧୫୦ ରୁ ଉର୍ଦ୍ଧ ଷ୍ଟଲ ଖୋଲାଯିବା ସହ ଓଲିଉଡ଼ ବଲିଉଡ କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବିଶଙ୍କର ପ୍ରକାଶ କରିଛନ୍ତି।

ବ୍ରହ୍ମପୁର ମହୋତ୍ସବ ସହର ତଥା ଦକ୍ଷିଣ ଓଡ଼ିଶା ର ସ୍ୱାଭିମାନ ଓ ଏହାର ଆୟୋଜନ ରେ ଅଞ୍ଚଳ ର ଅର୍ଥନୀତି ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ କଳାକାର ର ବିକାଶ ଜଡ଼ିତ ଏଣୁ ଏହାକୁ ସବୁ ସ୍ତରରେ ସମସ୍ତେ ସହୋଯୋଗ କରାଯିବ ବୋଲି ଆଜି ସ୍ଥାନୀୟ ରାଜସ୍ବ ବଙ୍ଗଳା ସମ୍ମିଳନୀ ପ୍ରକୋଷ୍ଟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟ କ୍ରମ ରେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ପ୍ରମେୟ ଡିଜିଏମ ଶ୍ରୀ ଅମ୍ବିକା ଦାସ, ଗଞ୍ଜାମ ବାର ଏସୋଷିଏସନ୍ ସଭାପତି ଶ୍ରୀ ନୟନ ମହାପାତ୍ର, ପ୍ରେସ କ୍ଳବ୍ ସଭାପତି ଶ୍ରୀ ଅଶୋକ ବ୍ରହ୍ମା, ସମ୍ପାଦକ ଶ୍ରୀ ପ୍ରହ୍ଲାଦ ସାହୁ, ବରିଷ୍ଟ ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା, ପ୍ରଶାସକ ଶ୍ରୀ ବିନୋଦ ବେହେରା,ବବିତା ପାତ୍ର, ବଦ୍ରିନାଥ ପାତ୍ର, ଦଣ୍ଡପାଣି ନାୟକ, ପି ବୁଚି ବାବୁ, ଶ୍ରୀ ଲୋକନାଥ ମିଶ୍ର, ସୁଭାଷିନୀ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ, ସଂଗଠକ, ବିଶିଷ୍ଟ ନାଗରିକ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ମହାନ୍ ସଂଘ ସାଧାରଣ ସଂପାଦକ ଶ୍ରୀ ପ୍ରସାନ୍ତ ପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଲେ ମହୋତ୍ସବ ସମ୍ପାଦକ ଶ୍ରୀ ଗୋପାଳ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଶ୍ରୀ ଚିତ ରଞ୍ଜନ ପ୍ରଧାନ, ଡ ସନ୍ଧ୍ୟାରଣି ପଟନାୟକ, ଶ୍ରୀ ଶିବରାମ ଚଉଧୁରୀ, ଶ୍ରୀକାନ୍ତ ସାବତ, ସସ୍ମିତା ମିଶ୍ର, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ମନୁ ପାଢ଼ୀ, ବିଭୂତି ସାବତ, ପ୍ରଦୀପ ଚୌଧୁରୀ, ଅନନ୍ତ ପ୍ରଧାନ, ନାରାୟଣ ମହାକୁଡ଼, ଅନିଲ ପାତ୍ର, ନମିତା ରାଣୀ ରାଉତ, ସସ୍ମିତା ଶର୍ମା, ଦେବିପ୍ରଭା ରଥ, ସୁଦିପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବ୍ରହ୍ମପୁର ମହୋତ୍ସବ ସଫଳ କାମନା କରିଥିଲେ। ଶେଷରେ ସହ ସମ୍ପାଦକ ଶ୍ରୀ ପ୍ରକାଶ ଵଜନି ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *