ଜାଭିୟର୍ସ ହାଇ ସ୍କୁଲ ରେ ଆୟୋଜିତ ଶିକ୍ଷା କର୍ମଶାଳା ମୁନ -୨୦୨୫ ,ଉଦ୍ ଯାପିତ

ବ୍ରହ୍ମପୁର : ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସହ ସବୁ କ୍ଷେତ୍ରରେ କିପରି ସଫଳତା ଓ ବିକାଶ ହୋଇପାରିବ ସେଥିନେଇ ଚାରି ଦିନ ଧରି ଆୟୋଜିତ ମୁନ୍ -୨୦୦୫ (ଶ୍ରୀ କୌଶିକ ମଡେଲ ୟୁନାଇଟେଡ ନେସନ୍ସ୍ ) ନାମରେ ମିଳିତ ଜାତିସଂଘର ଶିକ୍ଷାର ବିକାଶ ସମ୍ପର୍କିତ କର୍ମଶାଳା ଉଦ୍ ଯାପିତ ହୋଇଯାଇଛି । ଏପରି କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉପକୃତ ହେବା ସହ ସଭିଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଯାଇଥିଲା।
ଅନ୍ତିମ ଦିବସରେ ମୁଖ୍ୟ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଟୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ଯୋଗ ଦେଇ ଏପରି ଶିକ୍ଷା ସଂପର୍କିତ କର୍ମଶାଳା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନର ବିକାଶ ହୋଇଥିବ ବୋଲି କହିବା ସହ ସମସ୍ତେ ନିଜେ ନିଜକୁ ଜଣେ ପ୍ରତିଭାବାନ ଭାବେ ଗଢ଼ିବାକୁ ପରାମର୍ଶ ଦେଇଥିଲେ ।ଆଗକୁ ମଧ୍ୟ ଏପରି ଛାତ୍ରଛାତ୍ରୀ ଙ୍କ ଲାଗି କର୍ମଶାଳାର ଆବଶ୍ୟକତା ନିହାତି ଜରୁରୀ ବୋଲି କହିଥିଲେ । ଅନ୍ୟଦିନ ମାନଙ୍କରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର୍, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍ ସାମନ୍ତରାୟ ,ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଅତିଥି ଭାବେ ଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇ ଥିଲେ ।ସ୍କୁଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ତ୍ରିପାଠୀ, ସ୍କୁଲ ଚେୟାରମ୍ୟାନ ଗୋରୀ ଶଙ୍କର ପଣ୍ଡା, ସମ୍ପାଦିକା ପ୍ରିୟମ୍ବଦା ଦାସ, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଜୋନାଲ ଏକାଡେମୀକ ଅଫିସର ଡ.ବିନାୟକ ସାହୁ , ଆମ୍ବପୂଆ ସ୍କୁଲ ଅଧ୍ୟକ୍ଷ ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାହୁଁ ଚରଣ ପଣ୍ଡା, ଉପାଧ୍ୟକ୍ଷ ପ୍ରକାଶ ପଲେଇ ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ବିଭିନ୍ନ ବିଦ୍ୟାଳୟ ର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ