ଜିନ୍ଦଲ ଷ୍ଟିଲ ଓଏଚସିର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିକିତ୍ସା ଭୂଷଣ ସମ୍ମାନ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ରେ ଅବସ୍ଥିତ ଜିନ୍ଦଲ ଷ୍ଟିଲର ବଡ଼ବିଲ ପେଲେଟ ପ୍ଲାଣ୍ଟ ସ୍ଥିତ ଅକ୍ୟୁପେସନାଲ ହେଲଥ ସେଣ୍ଟର (ଓଏଚସି)ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାମାନନ୍ଦ ପ୍ରସାଦଙ୍କୁ ଜାତୀୟସ୍ତରର ସମ୍ମାନଜନକ ପୁରସ୍କାର ଚିକିତ୍ସା ଭୂଷଣ- ୨୦୨୫ରେ ସମ୍ମାନିତ କରାଯାଇଛି। ଗୁରୁଗ୍ରାମରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବିହାରର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜୀବେଶ କୁମାର ମିଶ୍ର ଓ ବଲିଉଡ଼ ଅଭିନେତା ଶ୍ରୀ ଚିଙ୍କି ପାଣ୍ଡେଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।ବଡ଼ବିଲ ପେଲେଟ ପ୍ଲାଣ୍ଟ ଓଏଚସି ସମେତ ଡାକ୍ତର ଶ୍ରୀ ରାମାନନ୍ଦ ଜିନ୍ଦଲ ଷ୍ଟିଲର କାଶିଆ ଓ ଟେନ୍ସା ମାଇନ୍ସସ୍ଥିତ ଓଏଚସି ପରିଚାଳନାର ମଧ୍ୟ ନେତୃତ୍ୱ ନେଉଛନ୍ତି। ନିଜର ନିୟମିତ ଦାୟିତ୍ୱ ସହ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ସେ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଗତ ଜୁନରେ ତୃତୀୟ ମହଲାରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଶିଶୁର ଜୀବନ ରକ୍ଷାରେ ଡାକ୍ତର ରାମାନନ୍ଦଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କର ଏହି ଜରୁରୀକାଳୀନ ଚିକିତ୍ସା ପରିଚାଳନା ଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଥିଲା।କୋଭିଡ ସମୟରେ ମଧ୍ୟ ସେ ଅତ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇବା ସହ ଦଶ ହଜାରରୁ ଅଧିକ ଲୋକଙ୍କ ଟୀକାକରଣ କରାଇଥିଲେ। ଏହା ସହିତ ସଫଳତାର ସହ ବହୁ ଗୁରୁତର କୋଭିଡ ରୋଗୀଙ୍କର ଚିକିତ୍ସା କରିଥିଲେ। ଏହା ପୂର୍ବରୁ ଡାକ୍ତର ରାମାନନ୍ଦ ଅର୍ଦ୍ଧ ସାମରିକ ବଳରେ କାର୍ଯ୍ୟକରିବା ସହ ନିଜର ଉଲ୍ଲେଖନୀୟ ସେବା ପାଇଁ ଗଭର୍ଣ୍ଣର୍ସ ଗୋଲ୍ଡ ମେଡାଲ ମଧ୍ୟ ପାଇଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ
