February 27, 2026
Home » ଜିଲ୍ଲାସ୍ତରୀୟ ଆତ୍ମନିର୍ଭର ଓ ସ୍ୱଦେଶୀ ମେଳା ଉଦଘାଟିତ

ଜିଲ୍ଲାସ୍ତରୀୟ ଆତ୍ମନିର୍ଭର ଓ ସ୍ୱଦେଶୀ ମେଳା ଉଦଘାଟିତ

0
WhatsApp Image 2026-02-27 at 1.28.14 PM

ଜଗତସିଂହପୁର : ଆତ୍ମନିର୍ଭରଶୀଳତା ଓ ସ୍ୱଦେଶୀ ଉତ୍ପାଦର ପ୍ରଚାର–ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପାରାଦ୍ଵୀପ ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ଉଦଘାଟିତ ହୋଇଛି। ଏହି ମେଳାର ଉଦଘାଟନ ରେ ମାନ୍ୟବର ମନ୍ତ୍ରୀ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବଦେଶୀ ଦ୍ରବ୍ୟର ବ୍ଯବହାର ରେ ହିଁ ବିକଶିତ ଆତ୍ମନିର୍ଭର ଭାରତ ଗଠନ ହୋଇପାରିବ ବୋଲି କହିଥିଲେ। ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଆହ୍ଵାନ ରେ “ଚିପ୍ ସେ ଲେକର ଶିପ ତକ”, ଭାରତରେ ଉତ୍ପାଦିତ ହେବ ଏବଂ ଓଡିଶାର ପାରାଦ୍ଵୀପ ହେବ ଏହି ଅର୍ଥନୈତିକ ପ୍ରଗତି ର ମୁଖଶାଳା। ନାରୀମାନଙ୍କର ଆର୍ଥିକ ସ୍ୱାବଲମ୍ବନ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଜୋର ଦେବା ସହ ଆତ୍ମ ନିର୍ଭର ଭାରତ ଗଢିବା ରେ ଏହି ଭଳି ମେଳା ସହାୟକ ହେବ ଏବଂ ସ୍ୱ ଉତ୍ପାଦିତ ଦ୍ରବ୍ୟ କୁ ବିଶ୍ଵ ଦରବାର ରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ l

ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ନାରୀ ସଶକ୍ତ ହେଲେ ସାମୁହିକ ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ ସ୍ବଦେଶୀ ଉତ୍ପାଦନ ସହ ଏହାର ବିକ୍ରୟ ନିମନ୍ତେ ବଜାର ସୃଷ୍ଟି କରିବା ଦିଗରେ ସାଂସଦ ଗୁରୁତ୍ୱାରୋପ କରିଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଆତ୍ମନିର୍ଭର ଭାରତ ଗଠନ ଦିଗରେ ସ୍ବଦେଶୀ ଦ୍ରବ୍ୟର ବ୍ଯବହାର ଓ ନାରୀ ଶକ୍ତିର ବିକାଶ ଦିଗରେ ଆଲୋକପାତ କରିଥିଲେ।ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ପାରାଦ୍ଵୀପ କୁ ଓଡ଼ିଶା ଅର୍ଥନୀତି ର ମୁଖଶାଳା ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, କୁଜଙ୍ଗ ବିଡିଓ ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ, ଡେପୁଟି ସି ଇ ଓ ଓରମାସ, ମଧୁସ୍ମିତା ସାହୁ ମଞ୍ଚାସୀନ ଥିଲେ। ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଓରମାସ ଓ ପଞ୍ଚାୟତିରାଜ ଓ ପାନୟ ଜଳ ଵିଭାଗ ର ମିଳିତ ସହଯୋଗ ରେ ଆୟୋଜିତ ଏହି ମେଳା ଫେବୃୟାରୀ ୨୬ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପାଞ୍ଚ ଦିନିଆ ଏହି ମେଳା vocal for local, local to global, ଓଡ଼ିଆ ଅସ୍ମିତା ଆତ୍ମନିର୍ଭର ଭାରତ ମୂଲ୍ୟବୋଧ ଉପରେ ଆଧାରିତ। ଏହାର ଉଦ୍ଦେଶ୍ୟ ସ୍ବଦେଶୀ ପଣ୍ୟ ର ପ୍ରଚାର, ସ୍ଥାନୀୟ ଉଦ୍ୟମିତା କୁ ସୁଦୃଢ଼ କରିବା ଓ ତଳସ୍ତରର ଉତ୍ପାଦକ ମାନଙ୍କ ପାଇଁ ସ୍ଥାୟୀ ବଜାର ସୃଷ୍ଟି କରିବା।ଏହି ମେଳାରେ ରେ ମୋଟ ୧୫୦ ଟି ଷ୍ଟଲ୍ ରହିଛି । ଏଥିରେ ଶଗ, MSME, PMFME, PMEGP, ୟୁନିଟ୍ ସହ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବିଭାଗ ମାନେ ଅଂଶ ଗ୍ରହଣ କରିଛନ୍ତି। ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କ ଦ୍ୱାରା ତିଆରି ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ଉତ୍ପାଦ, ବସ୍ତ୍ର, ଗୃହୋପକରଣ ଓ ଅନ୍ୟାନ୍ୟ ସ୍ୱଦେଶୀ ସାମଗ୍ରୀର ଷ୍ଟଲ୍‌ଗୁଡ଼ିକ ସ୍ଥାପିତ ହୋଇଛି।ମେଳା ମାଧ୍ୟମରେ ନାରୀ ଶକ୍ତିକରଣ ସହିତ ସ୍ୱଦେଶୀ ପଦାର୍ଥ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ଯ । ବିରିଡି ମହିଳା ଫାର୍ମର୍ସ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ଼ (ଓରମାସ ଅଧୀନ) ଓ ଡିଷ୍ଟ୍ରିକ୍ଟ ଇନ୍ଭେଷ୍ଟମେଣ୍ଟ ପ୍ରମୋଶନ ଏଜେନ୍ସୀ (DIPA) ପକ୍ଷରୁ ସ୍ୱତନ୍ତ୍ର ଥିମ୍ ଷ୍ଟଲ୍ ଖୋଲାଯାଇଛି। ଇଥିରେ ମହିଳା ନେତୃତ୍ୱାଧୀନ କୃଷି ଉଦ୍ୟମ, ନବୀନ କୃଷି ମଡେଲ, ମୂଲ୍ୟ ବୃଦ୍ଧି ପଣ୍ୟ ଓ ସରକାରୀ ଯୋଜନା ସଚେତନତା ପ୍ରଦର୍ଶିତ ହେଉଛି।ଆସନ୍ତା ୨ ତାରିଖ ପର୍ଯ୍ଯନ୍ତ ଏହି ମେଳା ଚାଲିବ। ପ୍ରତ୍ୟେକ ସନ୍ଧ୍ୟାରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Leave a Reply

Your email address will not be published. Required fields are marked *