ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଆଜି ଜିଲ୍ଲା ତାଲିମ ୟୁନିଟ୍, ସୋନପୁର ଠାରେ ରେଆର ସୋନପୁର ତରଫରୁ ଓ ବେସିକ ନିଡ୍ସ ଇଣ୍ଡିଆ ବାଙ୍ଗାଲୋର ର ସହାୟତା ରେ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ହୋତା ,ଜିଲ୍ଲା ଅତିରିକ୍ତ ସାର୍ବଜନିନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୈତନାରାୟଣ ପାଢ଼ୀ, ଉପ ଖଣ୍ଡିୟ ସମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରୁ ଡ଼.ତିବିକ୍ରମ ପାଣ୍ଡିଆ, ଅନୁପ ରଞ୍ଜନ ଦାଶ, ଟୀକାରାମ ପଟେଲ, ବେସିକ ନିଡ୍ସ ଇଣ୍ଡିଆ ର ରାଜ୍ୟ ସଂଯୋଜକ ରାଜୀବ କର୍ମୀ, ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବ୍ଲକ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ଅଶୋକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ତରଭା ବ୍ଲକ ର 16 ଟି ପଞ୍ଚାୟତ ରୁ ଗୋଷ୍ଠୀ ସୁବିଧାଦାତା ଓ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ଧନୁର୍ଧର ନାଏକ ସ୍ୱାଗତ କରି ଆରମ୍ଭ କରିଥିବା ବେଳେ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ କହିଥିଲେ। କ୍ଷେତ୍ର କର୍ମୀ ମିତ୍ରଭାନୁ ମଲ୍ଲିକ ତରଭା ବ୍ଲକ ରେ ଚାଲୁ ଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ହେଉଥିବା ଅସୁବିଧା ବିଷୟରେ ରେ ଉପସ୍ଥାପନା କରିଥିଲେ । ବୈଠକ ରେ କିପରି ଭାବେ ମାନସିକ ସ୍ୱାସ୍ଥ୍ୟ ସେବା ଠିକ ଭାବେ ଲୋକମାନଙ୍କ ପାଖରେ ପହଞ୍ଚି ପରିବ ସେ ଉପରେ ଆଲୋଚନା ହେଇଥିଲା। ଶେଷରେ ରେଆର ର କାର୍ଯ୍ୟକର୍ତ୍ତା ମନଗଢୁ ଯୁଆଁଡ଼ି ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…