April 25, 2025
Home » ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0

ରକ୍ତ ଦାନ ହେଉଛି ମହତ ଦାନ। ରକ୍ତ ଦାନ କରିବା ଦ୍ୱାରା ଗୋଟିଏ ଜୀବନ କିମ୍ବା ଏକାଧିକ ଜୀବନ ରକ୍ଷା କରା ଯାଇପାରିବ । ରକ୍ତ ଅଭାବକୁ ଧ୍ୟାନରେ ରଖି ଏହାକୁ ଦୂର କରିବା ପାଇଁ ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯାଉଛି।ଏହି ମହତ୍ କାରଣକୁ ସଫଳ କରିବା ସହ ସ୍ୱେଚ୍ଛାକୃତ ରକ୍ତ ଦାନ ପାଇଁ ଜନ ସଚେତନତା ଅଭିଯାନ ସୃଷ୍ଟି କରିବା ମହତ୍ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ରେଡ କ୍ରୋସ୍ ସୋସାଇଟି ଦ୍ଵାରା ରକ୍ତଦାନ ଶିବିର ଆୟୋଜନ କରଯାଇଛି ବୋଲି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହର ମୁଖ୍ୟ ଅତିଥି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି । ଏହି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏଫଏଲସି ହୋଲ ଠାରେ ହୋଇଛି। ଆଜି ୦୯/୦୧/୨୫ ତାରିଖରେ ଉପରୋକ୍ତ ଶିବିରରେ ଚାହିଦା ଏବଂ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ୧୭୨ ରକ୍ତଦାତା ସେମାନଙ୍କ ରକ୍ତ ଦାନ କରିଥିଲେ। ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ୨୦୦ ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିଥିବା ବେଳେ ରକ୍ତଦାନ ନିମନ୍ତେ ଆବଶ୍ୟକ ସ୍ବାସ୍ଥ୍ୟଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଜିଲ୍ଲା ରକ୍ତ ଭଣ୍ଡାରର ଅଭିଜ୍ଞ କର୍ମଚାରୀଙ୍କ ଦ୍ବାରା ୧୭୨ କର୍ମଚାରୀଙ୍କ ଠାରୁ ରକ୍ତ ସଂଗ୍ରହ କରାଯିବା ପରେ ସମସ୍ତ ସଂଗୃହିତ ରକ୍ତକୁ ସୁରକ୍ଷିତ ଭାବେ ରକ୍ତ ଭଣ୍ଡାରକୁ ପଠାଯାଇଛି । ଜିଲ୍ଲାପାଳ ରକ୍ତଦାତାମାନଙ୍କୁ ଉତ୍ସାହିତ କରି ଭବିଷ୍ୟତରେ ମଧ୍ୟ ସମାନ ଭାବ ​​ବଜାୟ ରଖିବାକୁ ଅନୁରୋଧ କରିବା ସହ ଏହି ଉତ୍ତମ କାର୍ଯ୍ୟ ପାଇଁ ଆଗକୁ ଆସିଥିବା ସମସ୍ତଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ରେଡ କ୍ରସ୍ ସୋସାଇଟି ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲା ​​। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମଓ ଡ଼ା ନିହାର ରଞ୍ଜନ ପ୍ରହରାଜ, ରକ୍ତ ଭଣ୍ଡାର ଅଧିକାରୀ ଡ଼ା ସାଗର ବାଲା ଓ ଏମଏଲଟି ଲାବୋରୋଟରି ଇନଚାର୍ଜ ଡ଼ା ପ୍ରଣବ କିଶୋର ପାଣିଗ୍ରାହୀଙ୍କ ସମେତ ରକ୍ତ ଭଣ୍ଡାରର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ସୋସାଇଟି ସେକ୍ରେଟାରୀ ସଞ୍ଜୀବ କୁଲ୍ଲୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହାୟକ ଜିଲ୍ଲାପାଳ କେ ଅଶୋକ ଚକ୍ରବର୍ତ୍ତୀ, ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଓ ଡଃ ରଞ୍ଜନ ସ୍ୱାଇଁ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *